କାର୍ଟୁନ ଦେଖିଲେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

ଲୋକମାନେ ଅର୍ଥ ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଦିନରାତି କାମ କରିବା ପରେ ହିଁ ହାତକୁ ପାରିଶ୍ରମିକ ଆସିଥାଏ । ଏଥିସହ ଅନେକ ନିଜର ସ୍ୱପ୍ନର ଚାକିରି ଗୋଟେ ପାଇବା ପାଇଁ ବହୁତ କିଛି କରିଥାନ୍ତି । ଯଦି ଆପଣଙ୍କୁ କେହି ଘରେ ବସି କାର୍ଟୁନ ଦେଖିବା ପାଇଁ ଦରମା ଦିଅନ୍ତି, ତାହେଲେ ଆପଣ କ’ଣ କରିବେ । ନିଶ୍ଚିତ ଭାବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଆପଣ ଜାଣି ଚକିତ ହେବେ ଯେ ବାସ୍ତବରେ ବିଶ୍ୱରେ ଏପରି ମଧ୍ୟ ଚାକିରି ରହିଛି ।
କାର୍ଟୁନ ଦେଖିଲେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

ସୂଚନା ଅନୁସାରେ ୟୁନାଇଟେଡ୍‌ କିଙ୍ଗଡମର ନଟିଘଂମରେ ରହୁଥିବା ଆଲେକଜେଣ୍ଡର ଟାଉନଲେଙ୍କ ପାଖରେ ଏପରି ଏକ ଚାକିରି ଅଛି । ୨୬ ବର୍ଷୀୟ ଆଲେକଜେଣ୍ଡର ନିଜର ପ୍ରିୟ କାର୍ଟୁନ ଶୋ’ ‘ଦ ସିମ୍ପସନ୍‌ସ’କୁ ଘଣ୍ଟା ଘଣ୍ଟା ଧରି ଦେଖୁଛନ୍ତି । କାର୍ଟୁନ ଦେଖିବାର ଏହି କାମ ବଦଳରେ ତାଙ୍କୁ ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ଦରମା ମିଳୁଛି । ସବୁଠୁ ବଡ଼ କଥା ହେଉଛି ଏହି ଚାକିରି ତାଙ୍କୁ ପ୍ରତିଦିନ କରିବାକୁ ପଡ଼ୁନାହିଁ ବରଂ ସପ୍ତାହରେ କିଛି ଦିନ କରୁଛନ୍ତି ।

କାର୍ଟୁନ ଦେଖିଲେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

କାର୍ଟୁନକୁ ଆରାମରେ ଦେଖିବା ପାଇଁ ତାଙ୍କ ପାଖକୁ ଡୋନଟ୍‌ର ପ୍ୟାକେଟ ମଧ୍ୟ ପଠାଯାଉଛି । ଯାହାଫଳରେ ସେ ନିଜ କାମକୁ ଅତି ଧ୍ୟାନର ସହ କରିପାରିବେ । ତେବେ ଆପଣ ଭାବୁଥିବେ ଏହି ଚାକିରି କରିବା ବହୁତ ସହଜ, କିନ୍ତୁ ସେପରି କିଛି ନୁହେଁ । କାର୍ଟୁନ ଦେଖିବା ସମୟରେ ହାତରେ ଖାତକଲମ ଧରି ବସୁଛନ୍ତି ଆଲେକଜଣ୍ଡେର । ଏହାପରେ ଏପିସୋଡର କ୍ରେଡିଟରୁ ନେଇ ଏଡିଟିଂ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲେଖିଥାନ୍ତି । ଆଲେକଜେଣ୍ଡରଙ୍କ କହିବା ଅନୁଯାୟୀ ତାଙ୍କ ଭାଇ ଏହି ଚାକିରି ସମ୍ପର୍କରେ ଜଣାଇଥିଲେ । ତାଙ୍କୁ ମୋଟ ୭୧୭ଟି ଏପିସୋଡ୍‌ର ବିଶ୍ଲେଷଣ କରିବାର ଅଛି ।

Govt

Comments are closed.