ଋଷ୍‌କୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅନୁରୋଧ: ୟୁକ୍ରେନ୍‌ରେ ଲହୁ ଓ ଲୁହର ନଦୀ ବହୁଛି, ଦୟାକରି ଯୁଦ୍ଧ ବନ୍ଦ କର;ୁ

ଭଟିକାନ୍‌ ସିଟି: ମାର୍ଚ୍ଚ ୦୭: ୟୁକ୍ରେନ୍‌ରେ ଚାଲିଥିବା ଧ୍ୱଂସର ଲୀଳାରେ ସମସ୍ତ ରାଷ୍ଟ୍ର ସ୍ତବ୍ଧ ହୋଇଯାଇଛନ୍ତି । ଯୁଆଡ଼େ ଦେଖିବ ୟୁକ୍ରେନ୍‌ରେ ରକ୍ତର ଛିଟା ପଡ଼ିଛି । ଲୋକ ନିଜ ପରିବାରଙ୍କୁ ଆଖି ସାମ୍ନାରେ ହରାଉଛନ୍ତି । ଏହିପରି ଦୃଦୟବିଦାରକ ଦୃଶ୍ୟରେ ସମସ୍ତେ ୟୁକ୍ରେନ୍‌ ପାଇଁ ପାର୍ଥନା କରୁଛନ୍ତି । ଏହାରି ମଧ୍ୟରେ ପୋପ୍‌ ଫ୍ରାନ୍ସିସ୍‌ ଋଷ୍‌କୁ ୟୁକ୍ରେନ୍‌ ଉପରେ ଆକ୍ରମଣ ନକରିବା ପାଇଁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, ୟୁକ୍ରେନ୍‌ରେ ଲହୁ ଓ ଲୁହର ନଦୀ ପ୍ରବାହିତ ହେଉଛି । ଏଇଟା ସାମାନ୍ୟ ସାମରିକ ଅଭିଯାନ ନୁହେଁ ଗୋଟାଏ ଯୁଦ୍ଧ, ଯାହା ମୃତୁ୍ୟ , ଧ୍ୱଂସ ଏବଂ ଦୁର୍ଦ୍ଦଶାରୂପକ ବୀଜ ବୁଣୁଛି ।
ଗତ ରବିବାର ବାସିଲିକାଠାରେ ହୋଇଥିବା ସେଣ୍ଟ୍‌ ପିଟର୍ସ ସ୍କୋୟାର୍‌ରେ ସମବେତ ଜନତାଙ୍କୁ ସାପ୍ତାହିକ ସମ୍ଭାଷଣ ଦେଇ ପୋପ୍‌ ଫ୍ରାନ୍ସିସ୍‌ ଏହିପରି କହିଛନ୍ତି । ସେହି ସମାଗମରେ ଥିବା ଅନେକ ବହୁରଙ୍ଗୀୟ ଶାନ୍ତି ପତାକା ଓ ୟୁକ୍ରେନ୍‌ର ନୀଳ ଓ ହଳଦୀଆ ପତାକା ଧରିଥିଲେ ।

ଋଷ୍‌କୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅନୁରୋଧ: ୟୁକ୍ରେନ୍‌ରେ ଲହୁ ଓ ଲୁହର ନଦୀ ବହୁଛି, ଦୟାକରି ଯୁଦ୍ଧ ବନ୍ଦ କର;ୁ

ପୋପ୍‌ ଆହୁରି ମଧ୍ୟ ଶାନ୍ତି ପାଇଁ ନିବେଦନ କରି କହିଛନ୍ତି, ଯୁଦ୍ଧ ପରିବର୍ତ୍ତେ ମାନବୀୟ କରିଡର୍‌ ସୃଷ୍ଟି କରି ବୁଝାମଣା କରାଯାଉ । ଦୁର୍ଦ୍ଦଶା ପ୍ରପୀଡ଼ିତ ସେ ଦେଶରେ ଏବେ ମାନବୀୟ ସହାୟତା ଆବଶ୍ୟକ ବେଳକୁ ବେଳ ବୃଦ୍ଧି ପାଉଛି । ଯୁଦ୍ଧ ହେଉଛି ପାଗଳାମି, ଦୟାକରି ଯୁଦ୍ଧ ବନ୍ଦ କର;ୁ ।

ସୂଚନା ଥାଉଯେ, ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାର ଦିନକ ପରେ ଫ୍ରାନ୍ସିସ୍‌ ସ୍ୱୟଂ ରୁଷୀୟ ଦୂତାବାସକୁ ଯାଇଥିଲେ । ସେଠାରେ ସେ ଅଭିଯାନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଥିଲେ ।

Launching Ceremony of “AYUSHMAN BHARAT

Comments are closed.