ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ସମସ୍ତେ ଜାଣିଥାନ୍ତି, ହେଲେ ଦ୍ରୁତଗତିରେ ଚାଲିବା ହୃଦୟ ପାଇଁ ଭଲ ଏକଥା କମ୍ ଲୋକ ଜାଣିଥିବେ । ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟର ସମ୍ପ୍ରତି ଅନୁସନ୍ଧାନରେ ଦାବି କରାଯାଇଛି ଯେ ଧୀରେ ଧୀରେ ଚାଲୁଥିବା ମହିଳାଙ୍କ ତୁଳନାରେ ଦ୍ରୁତଗତିରେ ଚାଲୁଥିବା ମହିଳାଙ୍କ ହୃଦଘାତର ଆଶଙ୍କା ୩୪ ପ୍ରତିଶତ କମ୍ ହୋଇଥାଏ । ରିସର୍ଚ୍ଚ ସମୟରେ ବୈଜ୍ଞାନିକମାନେ ୫୦ରୁ ୭୯ ବର୍ଷ ବୟସର ୨୫ ହଜାର ୧୮୩ଟି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶ୍ଲେଷଣ କରିଥିଲେ । ଏଥିରେ ମହିଳାଙ୍କ ଚାଲିବା ଗତିକୁ ଗବେଷଣା କରାଯାଇଥିଲା । ଏହି ମହିଳାଙ୍କୁ ପ୍ରାୟ ୧୭ ବର୍ଷ ପର୍ଯ୍ୟନ୍ତ ଟ୍ରାକ୍ କରାଯାଇଥିଲା । ଏହି ସମୟରେ ୧୪୫୫ ଜଣ ମହିଳାଙ୍କୁ ହୃଦଘାତର ସାମ୍ନା କରିବାକୁ ପଡ଼ିଥିଲା ।
ଏଥିସହ ଗବେଷଣାରୁ ଜଣାପଡ଼ିଥିଲା ଯେ ଯେଉଁ ମହିଳାମାନେ ପ୍ରତି ଘଣ୍ଟାକୁ ୪.୮ କିଲୋମିଟର ଚାଲୁଥିଲେ, ସେମାନଙ୍କଠାରେ ୩୪ ପ୍ରତିଶତ କମ୍ ବିପଦର ସାମ୍ନା କରିଥିଲେ । ସେପଟେ ଯେଉଁମାନଙ୍କର ବେଗ୍ ହାରାହାରି ଭାବେ ୩.୨ କିମି ପ୍ରତି ଘଣ୍ଟା ରହିଥିଲା, ତାଙ୍କଠି ୨୭ପ୍ରତିଶତ କମ୍ ବିପଦ ରହିଥିଲା । ରିସର୍ଚ୍ଚର ମୁଖ୍ୟ ଲେଖକଡାକ୍ତର ଚାର୍ଲ୍ସ ଇଟନ୍ଙ୍କ ଅନୁଯାୟୀ, ଚାଲିବା ବେଗ ହୃତପିଣ୍ଡ ସ୍ୱାସ୍ଥ୍ୟର ଏକ ମାପ । ଯଦି ଆପଣ ଦ୍ରୁତ ଗତିରେ ଚାଲିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣ ସତର୍କ ହେବା ଉଚିତ । ଅନୁସନ୍ଧାନକାରୀମାନେ କହିଛନ୍ତିି ଯେ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ;ୁଳିତ ରହିଥାଏ । ଏହା ହୃତପିଣ୍ଡ ସମ୍ବନ୍ଧୀୟ ଅନ୍ୟ ସମସ୍ୟାର ବିପଦକୁ ମଧ୍ୟ ହ ୍ରାସ କରିଥାଏ । ଆମେରିକୀୟ ଜେରିଆଟ୍ରିକ୍ସ ସୋସାଇଟିର ଜର୍ନଲ୍ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଧୀର ଚାଲିବା ହେତୁ ହୃତପିଣ୍ଡ ମାଂସପେଶୀରେ କିଛି ପ୍ରକାରର କ୍ଷତି ମଧ୍ୟ ହୋଇପାରେ । ଅଧ୍ୟୟନର ଫଳାଫଳଗୁଡିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଧୀର ଚାଳକମାନଙ୍କ ଅପେକ୍ଷା ଦ୍ରୁତ ଗତିରେ ଚାଲୁଥିବା ମହିଳାମାନେ ଅଧିକ ଲାଭ ପାଆନ୍ତି । ଗବେଷକମାନେ କହିଛନ୍ତି ଯେ, କିଛି ସମୟ ପାଇଁ ଦ୍ରୁତ ଗତିରେ ଚାଲିବା ସେତିକି ଲାଭଦାୟକ ଯେତିକି ପୁରା ସପ୍ତାହରେ ୧୫୦ ମିନିଟ୍ ବ୍ୟାୟାମ କରିବା ।

Comments are closed.