ଚେୟାରରେ ବସି ଦୌଡିପାରିବେ

ଦୁନିଆରେ ଏପରି ବହୁ ଜିନିଷ ରହିଛି ଯାହା ବିଷୟରେ ଆମେ ପୂର୍ବରୁ କେବଳ କଳ୍ପନା କରୁଥିଲୁ କିନ୍ତୁ ଆଜି ଏସବୁ ଆମ ପାଇଁ ସମ୍ଭବ ହୋଇପାରିଛି । ଏହିପରି ଏକ ଜିନିଷ ହେଉଛି ଏକ ଚେୟାର ଯାହା ଡ୍ରାଇଭ୍‌ ବି କରାଯାଇପାରିବ । କାର୍‌ ନିର୍ମାତା କମ୍ପାନୀ ଭୋକ୍ସୱାଗନ ଏହି ସ୍ୱତନ୍ତ୍ର କାର୍‌ ଡିଜାଇନ୍‌ କରିଛି । ଏହି କାର୍‌ରେ ଆପଣ ବସିବା ସହ ଏହାକୁ ଡ୍ରାଇଭ୍‌ ମଧ୍ୟ କରିପାରିବେ । ଏହି ଚେୟାରର ଗତି ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି ।

ଚେୟାରରେ ବସି ଦୌଡିପାରିବେ
Generated by pixel @ 2022-11-11T20:55:00.914204

ଏହି ଚେୟାରର ବିଶେଷତ୍ୱ ହେଉଛି ଏହାର ୱାଟରପ୍ରୁଫ୍‌, ଷ୍ଟେନ୍‌ପ୍ରୁଫ୍‌ ଓ ଏହାର ସ୍ପିଡ୍‌ । ଚେୟାରରେ ବସିଥିବା ବ୍ୟକ୍ତିକୁ ଏହା ଡ୍ରାଇଭ୍‌ କରିବାର ଅନୁଭବ ମିଳିବ । ଭୋକ୍ସୱାଗନ କହିଛି ଏହା ଉପରେ ବସି ଏହାକୁ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଚଲାଯାଇପାରିବ । ତେବେ ଏପରି ଚେୟାର ନିର୍ମାଣ ପଛରେ ଭୋକ୍ସୱାଗନ କମ୍ପାନୀର ସେପରି କିଛି ବିଶେଷ ଉଦ୍ଦେଶ୍ୟ ନାହିଁ । କେବଳ କାର୍‌ ଫିଚର୍ସ ଚେୟାରରେ ଦେବା ପାଇଁ ଏପରି ଚେଷ୍ଟା କରାଯାଇଛି । ଏଥିରେ ମୋଟର ଜରିଆରେ ନିୟନ୍ତ୍ରିତ ହେଉଥିବା ଡ୍ରାଇଭିଂ ବ୍ୟତିତ ସିଟ୍‌େୱଷ୍ଟ, ହଙ୍କ, ସ୍ପିକର୍ସ ଓ ଛୋଟ ଛୋଟ ରିମ୍ସ ରହିଛି । ଏହା ବ୍ୟତିତ ଏଥିରେ ୩୬୦ ଡିଗ୍ରୀ ସେନ୍ସର, ବ୍ୟାକଅପ୍‌ କ୍ୟାମେରା, ଟଚ୍‌ ସ୍କ୍ରିନ୍‌ ଡିସପ୍ଲେ ରହିଛି । ଏହି ଚେୟାରରେ ଲାଗିଥିବା ବ୍ୟାଟେରୀ ଥରେ ଚାର୍ଜ ହେଲେ ୧୨ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।

Govt

Comments are closed.