ବିଗୁଡ଼ୁଛି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବ୍ରିଟିସ୍‌ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ଅନଲାଇନରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପ୍ରକାଶିତ ଏକ ଫଟୋରେ ତାଙ୍କ ହାତରେ ଅଜବ ଚିହ୍ନ ରହିଥିବା ଏବଂ ହାତର ରଙ୍ଗ କଳା ଦେଖାଯାଉଥିବା ଫଟୋ ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋରେ ପୁଟିନ ରୋଗୀଣା ଦେଖାଯିବା ସହ ତାଙ୍କ ହାତରେ ଏକ ଅଜବ ପ୍ରକାରର କଳା ଚିହ୍ନ ଦେଖିବା ପାଇଁ ମିଳୁଛି । ଏହାକୁ ଦେଖିବା ପରେ ସ୍‌୍ୱାସ୍ଥ୍ୟ ବିଶାରଦମାନେ କହିିଛନ୍ତି ଯେ ଶିରା ଆଭ୍ୟନ୍ତରରେ (ଆଇଭି) ଇଂଜେକସନ ନେଇନେଇ ପୁତିନଙ୍କ ଶରୀରରେ ଏପ୍ରକାରର ଚିହ୍ନ ସୃଷ୍ଟି ହୋଇଛି ।

ବିଗୁଡ଼ୁଛି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା
ଅବସରପ୍ରାପ୍ତ ବ୍ରିଟିସ ସେନା ଅଧିକାରୀ ତଥା ହାଉସ୍‌ ଅଫ୍‌ ଲର୍ଡସର ସଦସ୍ୟ ରିଚାର୍ଡ ଡାନାଟ୍‌ ‘ସ୍କାଏ ନ୍ୟୁଜ’ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ପୁଟିନଙ୍କ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ରୁଷର ରାଷ୍ଟ୍ରପତି ପୂରା ସୁସ୍ଥ ଅଛନ୍ତି କି ନାହିଁ ସେ ସଂପର୍କରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ରିପୋର୍ଟ ସର୍ବସାଧାରଣ କରାଯିବା ଉଚିତ । ଲର୍ଡ ଡାନାଟ୍‌ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ୍‌ ଯେତେ ଫିଟ୍‌ ଓ ସୁସ୍ଥ ବୋଲି ଚିତ୍ରଣ କରିବାକୁ ଚାହୁଁଛନ୍ତି ପ୍ରକୃତ ପକ୍ଷରେ ସେ ସେତିକି ଫିଟ୍‌ ଓ ସୁସ୍ଥ ନାହାନ୍ତି । ତାଙ୍କ ହାତ ଉପରେ ଦେଖାଯାଉଥିବା କଳା ଦାଗ ହେଉଛି ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଇଂଜେକସନ୍‌ ନେବାର ଚିହ୍ନ । ଯେତେବେଳେ ଶରୀରର ଅନ୍ୟ ଅଙ୍ଗରେ ଇଞ୍ଜେକ୍ସନ୍‌ ଦିଆଯାଇ ପାରିବ ନାହିଁ ସେତେବେଳେ ହାତରେ ଇଞ୍ଜେକ୍ସନ ନେଲେ ଏ ପ୍ରକାରର ଚିହ୍ନ ସୃଷ୍ଟି ହୋଇଥାଏ, ଯାହାକି ଜଣେ ବ୍ୟକ୍ତି ଅସୁସ୍ଥ ଥିବାର ସଙ୍କେତ ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବେ ଆମେରିକାର ଏକ ଗୁଇନ୍ଦା ରିପୋର୍ଟରେ କୁହା ଯାଇଥିଲା ଯେ ପୁଟିନ୍‌ ଏକ ପ୍ରକାରର କର୍କଟରେ ପୀଡିତ ହୋଇପାରନ୍ତି । ରୁଷ ରାଷ୍ଟ୍ରପତି ପୁଟିନ୍‌ ଚଳିତ ମାସ ପ୍ରାରମ୍ଭରେ ୭୦ ବର୍ଷ ବୟସରେ ପଦାର୍ପଣ କରଛନ୍ତି ।

Launching Ceremony of “AYUSHMAN BHARAT

Comments are closed.