ନିମାପଡ଼ା: ନଭେମ୍ବର ୦୨: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ନିମାପଡ଼ା ତହସିଲଦାର ତଥା ସବ୍ ରେଜିଷ୍ଟର ରାମ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସ୍ପି, ୨ ଜଣ ଇନ୍ସ୍ପେକଫର ଏବଂ ଅନ୍ୟ କର୍ମଚାରୀମାନେ ଚଢ଼ାଉ ଟିମ୍ରେ ସାମିଲ ରହିଛନ୍ତି ।
ତେବେ ତସହିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ସମୟରେ ସେଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଜବତ ଟଙ୍କା ରାମ ଚନ୍ଦ୍ରଙ୍କୁ କିଏ ଦେଇଛି ଏବଂ କେଉଁ କାମ ପାଇଁ ଦେଇଛି , ନା ଏହି ଟଙ୍କା ତାଙ୍କର ସେ ସବୁ ବିଷୟରେ ଏବେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରି ଦେଇଛି । ପଚରାଉଚରା ସମୟରେ ସେ ଟଙ୍କାର ହିସାବ ଦେଇପାରିନଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ନିମାପଡ଼ାସ୍ଥିତ ତାଙ୍କ ସରକାରୀ ଘରେ ଚଢାଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି । ଏଥିସହ ଭିଜିଲାନ୍ସ ପକ୍ଷରୁ କଟକ ସିଡିଏ ସେକଫର-୧୧ରେ ଥିବା ତାଙ୍କ ଘରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଗାରଡପୁର ଧାନମଣ୍ଡଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି । ତେବେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି କେତେ ଏନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

 
			 
						
Comments are closed.