ଦୁନିଆରେ ଅନେକ ଏଭଳି ଉଦ୍ଭିଦ ରହିଛନ୍ତି ଯିଏ ନିଜର ସ୍ୱତନ୍ତ୍ରତା ପାଇଁ ସବୁ ଯାଗାରେ ପରିଚିତ । ସେହିଭଳି ଏକ ଉଦ୍ଭିଦ ହେଲା ‘ଭିକେଫାରିଆ ଲିଲି’ । ଏହି ଗଛର ପତ୍ରର ଆକାର ଢେର୍ ବଡ, ଗୋଟିଏ ପତ୍ରର ବ୍ୟାସ ପ୍ରାୟ ଚାରି ମିଟରରୁ ଅଧିକ । ଏହି ପତ୍ରର ଆକାର ହିଁ ଗଛଟିକୁ ନିଆରା କରିଥାଏ ।
ଏହି ପତ୍ର ଯେ ଖାଲି ଆକାରରେ ବଡ ତାହା ନୁହେଁ ଏହା ଖୁବ୍ ଶକ୍ତିଶାଳୀ ମଧ୍ୟ । ଏହା ଉପରେ ଏକା ଥରରେ ଦୁଇରୁ ତିନିଜଣ ବାଳକ ଠିଆ ହୋଇପାରିବେ । ଏହାକୁ ବ୍ୟବହାର କରି ପାଣି ଉପରେ ଚଲାଯାଇପାରିବ ମଧ୍ୟ । ଏହାକୁ ନେଇ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେହି କେହି ଏହାକୁ ନିଜର ଫଟୋ ସୁଟ୍ ପାଇଁ ବ୍ୟବହାର କରୁଛନ୍ତି ।
ଏହି ଗଛ ୧୮୦୧ରେ ବ୍ରାଜିଲ୍ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଏପ୍ରିଲ୍ ଓ ମଇ ମାସରେ ଏହି ଗଛର ମଞ୍ଜି ବୁଣା ଯାଇଥାଏ । ତେବେ ଏହାର ଫୁଲକୁ ନେଇ ମଧ୍ୟ ରହିଛି ଅନେକ ରୋଚକ ତଥ୍ୟ ।
ଏହି ଫୁଲ ଶୀତଦିନେ ଫୁଟିଥାଏ । ତେବେ ଫୁଲ ଫୁଟିବା ପରେ ପ୍ରଥମ ରାତିରେ ଏହା ଧଳା ରଙ୍ଗର ହୋଇଥିବା ବେଳେ ପରଦିନକୁ ବଦଳି ଗୋଲାପି ହୋଇଯାଇଥାଏ । ତୃତୀୟ ଦିନକୁ ଏହା ପାଣିରେ ଝଡି ପଡେ । ଏହି ଫୁଲର ନାଡର ଆକାର ପ୍ରାୟ ୭ମିଟରର ହୋଇଥାଏ ।

Comments are closed.