ବାସ୍ତୁ

ପ୍ରାୟ ସମସ୍ତଙ୍କ ଘରେ କାଠ ଉପକରଣ ରହିଥାଏ । କାଠ ଉପକରଣ ଘରକୁ ସୁନ୍ଦର କରିଥାଏ । ତେବେ କାଠ ଉପକରଣକୁ ଘରେ ରଖିବାର ମଧ୍ୟ କିଛି ନିୟମ ରହିଛି । ବାସ୍ତୁ ଅନୁସାରେ ଘରେ କାଠ ଜିନିଷ ରଖିଲେ ଘରେ ସୁଖ, ସମୃଦ୍ଧି ବଜାୟ ରହିବ । ଘର କାର୍ଯ୍ୟାଳୟ ସୋ ରୁମ୍‌ ଆଦିର ପୂର୍ବ ଦିଗରେ କାଠ ତିଆରି ଉପକରଣ ଯଥା – ଆଲମିରା, ସୋ- ପିସ ଆଦି ରଖିବା ସହିତ ବୃକ୍ଷଲତା ଥିବା ଫଟୋ ଟାଙ୍ଗିଲେ ଶୁଭ ଫଳ ମିଳିଥାଏ ।

ପରିବାରର ଶୁଖ ଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ପରିବାର ସଦସ୍ୟଙ୍କର ଏକ ଫଟୋ କାଠ ଫ୍ରେମରେ ଘରର ପୂର୍ବ ପଟ କାନ୍ଥରେ ଲଗାନ୍ତୁ । ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ ।ଘରେ ଥିବା ଧାରୁଆ ଅସ୍ତ୍ର ଯଥା କଇଁଛି, ଛୁରୀ ଆଦିକୁ ସର୍ବଦା ସତର୍କତାର ସହ ରଖନ୍ତୁ । ଏହାର ପଛପଟ ସର୍ବଦା ଉପରକୁ ରଖନ୍ତୁ I

ଘରର କୌଣସି ବ୍ୟକ୍ତି ଯଦି ଅସୁସ୍ଥ ଅଛନ୍ତି ତେବେ ତାଙ୍କ ଘରେ ତାଜା ଫୁଲ ରଖନ୍ତୁ । ଏହାସହ ସେ ଘରେ ମାନସିକ ଶାନ୍ତି ପାଇଁ ଚନ୍ଦନ ଧୂପକାଠି ମଧ୍ୟ ବ୍ୟବହାର କରିପାରିବେ । ମାଟି ପାତ୍ରରେ ତିନୋଟି ଗଛ ଲଗାଇ ଘରର ପୂର୍ବଦିଗରେ ରଖନ୍ତୁ । ତେବେ ଘରେ କ୍ୟକଟସ୍‌ ଲଗାନ୍ତୁ ନାହିଁ । ଏହା ହାନିକାରକ ହୋଇଥାଏ ।

Govt

Comments are closed.