ୱାଶିଂଟନ: ଆଫଗାନିସ୍ତାନରେ ଆମେରିକାର ୨ ଟି ଏୟାର୍ ଷ୍ଟ୍ରାଇକ୍ ମାଡ଼ରେ ଅଲକାଏଦା ମୁଖ୍ୟନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି । ଏନେଇ ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୂଚନା ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ ଟୁଇଟ୍ରେ ଉଚିତ୍ ନ୍ୟାୟ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଶନିବାର ମୋ ନିର୍ଦ୍ଦେଶରେ ଆଫଗାନିସ୍ତାନର କାବୁଲରେ ଆମେରିକା ସଫଳତାର ସହ ଏୟାର୍ ଷ୍ଟ୍ରାଇକ୍ କରି ଅଲ୍କାଏଦା ନେତା ଆୟମାନ ଅଲ୍ ଜୱାହିରିକୁ ନିହତ କରାଯାଇଛି । ଉଚିତ୍ ନ୍ୟାୟ ମିଳିଛି ।

ପୂର୍ବରୁ ଅଲ କାଏଦା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଡ଼େନକୁ ୨୦୧୧ରେ ଆମେରିକା ଆକ୍ରମଣ କରି ନିହତ କରିଥିଲା । ଏହାପରେ ଏହି ସଙ୍ଗଠନର ନେତୃତ୍ୱ ଆୟମାନ ଅଲ ଜୱାହିରି ଅଲକାଏଦା ନେଇଥିଲା ।
ଅଲ୍କାଏଦା ମୁଖ୍ୟକୁ ମାରିବା ପାଇଁ ଆମେରିକା ଦୁଇଟି ଏୟାର୍ ଷ୍ଟ୍ରାଇକ୍ ବ୍ୟବହାର କରିଥିଲା । ହେଲେ ବିସ୍ପୋରଣର କୌଣସି ଚିହ୍ନ ନାହିଁ । ବିଶେଷ କଥା ହେଲେ, ଏହି ଘଟଣାରେ କେବଳ ଅଲ୍କଏଦା ମୁଖ୍ୟ ହିଁ ନିହତ ହୋଇଛି । ଏଣୁ ଆମେରିକା ଅଲ୍କାଏଦାର ମୁଖ୍ୟକୁ ମାରିବା ପାଇଁ ଏକ ସ୍ୱତନ୍ତ୍ର ଅସ୍ତ୍ର ବ୍ୟବହାର କରିଛି ।
ଅନ୍ୟ ଏକ ସୂତ୍ର ଅନୁସାରେ, ଆମେରିକା ଅଲ୍କାଏଦାର ମୁଖ୍ୟକୁ ମାରିବା ପାଇଁ ‘ମାକାବ୍ରେ ହେଲ୍ଫାୟାର୍ ଆର୍୯ଏକ୍ସ’ ନାମକ ଏକ ଅସ୍ତ୍ର ବ୍ୟବହାର କରିଛି । ଯେଉଁଥିରେ କି ୬ଟି ରେଜର୍ ପରି ବ୍ଲେଡ୍ ରହିଥାଏ । ଏହି ଅସ୍ତ୍ର ନିକ୍ଷେପ କରାଯାଇ ନିଜ ଟାର୍ଗେଟ୍ ପାଖକୁ ପହଁଚିଲା ବେଳକୁ ସେହି ୬ଟି ବ୍ଲେଡ୍ ଖୋଲିଯାଏ ଏବଂ ଟାର୍ଗେଟ୍ରେ ବାଜେ । ତାହା ପୁଣି ବିନା ବିସ୍ପୋରଣରେ ।

ପୂର୍ବରୁ ୨୦୧୭ ମସିହାରେ ଏହି ଅସ୍ତ୍ରକୁ ପ୍ରଥମେ ପ୍ରୟୋଗ କରାଯାଇଥିଲା । ସେ ସମୟରେ ଅଲକାଏଦାର ବରିଷ୍ଠ ନେତା ଅବୁ-ଅଲ୍-ଖୟାର୍ ଅଲ୍-ମସ୍ରି ସିରିୟାରେ ଏକ କାର୍ରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଏଥିରେ ଆକ୍ରମଣ କରି ନିହତ କରାଯାଇଥିଲା । ପେଣ୍ଟାଗନ୍ କିମ୍ବା ସିଆଇଏ ପରି ଅସ୍ତ୍ର ସର୍ବସାଧାରଣ ସ୍ୱୀକୃତିପ୍ରାପ୍ତ ନୁହେଁ ।

Comments are closed.