ୟୁକ୍ରେନ୍‌କୁ ‘ସୁଇସାଇଡ୍‌ ଡ୍ରୋନ୍‌’ ଦେଲା ଆମେରିକା: ଜାଣନ୍ତୁ ଏହି ଡ୍ରୋନ୍‌ ବିଷୟରେ

ଦିଲ୍ଲୀ: ଏପ୍ରିଲ୍‌ ୦୮: ରୁଷ୍‌ ସେନା ସହିତ ମୁକାବିଲା କରିବା ଲାଗି ଆମେରିକା ୟୁକ୍ରେନ୍‌କୁ ‘ସୁସାଇଡ୍‌ ଡ୍ରୋନ୍‌’ ଯୋଗାଇଛି । ଏନେଇ ଆମେରିକା ତରଫୁ ସୂଚନା ଦିଆଯାଇଛି । ତେବେ ଋଷ୍‌ର ଏକ ରିପୋର୍ଟ ଅନୁସାରେ, ଆମେରିକା ୧୦୦ଟି ‘ସୁଇସାଇଡ୍‌ ଡ୍ରୋନ୍‌ ୟୁକ୍ରେନ୍‌କୁ ଦେଇଛି । ଉକ୍ତ ଡ୍ରୋନ୍‌ ଏକପ୍ରକାରର ‘କାମିକାଜେ ଡ୍ରୋନ୍‌’ ଅଟେ । ଅନ୍ୟ ଅର୍ଥରେ ଏହାକୁ ଆମେ ‘ସୁଇସାଡ୍‌ ଡ୍ରୋନ୍‌’ କହିଥାଉ ।
ୟୁକ୍ରେନ୍‌କୁ ‘ସୁଇସାଇଡ୍‌ ଡ୍ରୋନ୍‌’ ଦେଲା ଆମେରିକା: ଜାଣନ୍ତୁ ଏହି ଡ୍ରୋନ୍‌ ବିଷୟରେ
ସୁଇସାଇଡ୍‌ ଡ୍ରୋନ୍‌ କ’ଣ?
‘ଲୋଇଟେରିଂ ମୁନିସନ୍‌’ ବା ‘କାମିକାଜେ ଡ୍ରୋନ୍‌’କୁ ସୁଇସାଇଡ୍‌ ଡ୍ରୋନ୍‌ କୁହାଯାଏ । ଏହା କ୍ଷେପଣାସ୍ତ୍ର ଭଳି କାମ କରେ, କିନ୍ତୁ କ୍ଷେପଣାସ୍ତ୍ର ନୁହେଁ । କ୍ଷେପଣାସ୍ତ୍ରକୁ ଯେଉଁ ସ୍ଥାନକୁ ଲକ୍ଷ୍ୟ କରାଯାଇ କ୍ଷେପଣ କରାଯାଏ, ସେହି ସ୍ଥାନରେ ହିଁ କ୍ଷେପଣାସ୍ତ୍ର ବିସ୍ପୋରଣ କରେ । ସୁଇସାଇଡ୍‌ ଡ୍ରୋନ୍‌ରେ ଅତ୍ୟାଧୁନିକ କ୍ୟାମେରା, ସେନ୍‌ସର୍‌, ଟାଇମର୍‌ ,ମୋସନ ସେନ୍‌ସର ଓ ବିସ୍ପୋରକ ପଦାର୍ଥ ରହିଥାଏ । ଯାହା ଦ୍ୱାରା ଡ୍ରୋନ୍‌ ଚାଳକ ଦୂର ସ୍ଥାନରେ ବସି ଟାର୍ଗେଟ୍‌ କରିଥିବା ସ୍ଥାନରେ ଡ୍ରୋନ୍‌ ଉଡାଏ । ସ୍ଥାନକୁ ପରୀକ୍ଷଣ କରେ ଏବଂ ଉପଯୁକ୍ତ ସମୟ ଦେଖି ଆଦେଶ ଦେଲେ ଡ୍ରୋନ୍‌ ସେହି ସ୍ଥାନକୁ ବିସ୍ପୋରଣ ଉଡ଼ାଇ ଦିଏ । ଏହାକୁ ଏକପ୍ରକାରର ‘ରାବୋଟିକ୍‌ ସ୍ମାର୍ଟ ବମ୍‌’ ମଧ୍ୟ କୁହାଯାଇପାରିବ ।

ୟୁକ୍ରେନ୍‌କୁ ‘ସୁଇସାଇଡ୍‌ ଡ୍ରୋନ୍‌’ ଦେଲା ଆମେରିକା: ଜାଣନ୍ତୁ ଏହି ଡ୍ରୋନ୍‌ ବିଷୟରେ
ଏହାର ଓଜନ ପ୍ରାୟ ୨ରୁ ୩ କିଲୋ ଭିତରେ ହୋଇଥିବାରୁ ଏହାକୁ ପରିବହନ କରିବା ଅତ୍ୟନ୍ତ ସହଜ । ଏହା ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ । ବିଶେଷ କଥା ହେଲା ବଡ଼ ବଡ଼ ଯୁଦ୍ଧ ଟ୍ୟାଙ୍କ, ଟ୍ରକ୍‌ , ଆର୍ଟିଲର୍‌ ଆଦିକୁ ଏହା ସମ୍ପୂର୍ଣ୍ଣ ନଷ୍ଟ କରିଦେଇପାରେ । ଏହାଛଡ଼ା ଏହି ଡ୍ରୋନ୍‌ ଏକା ସମୟରେ ପ୍ରାୟ ୩୦୦ ଲୋକଙ୍କୁ ମାରିପାରେ । ଆଫ୍‌ଗାନିସ୍ତାନ, ଇରାକ୍‌ ଓ ସିରିଆର ଆତଙ୍କବାଦୀଙ୍କୁ ମାରିବାରେ ଆମେରିକା ସୈନ୍ୟ ଏହି ଡ୍ରୋନ୍‌ର ବିଶେଷ ବ୍ୟବହାର କରନ୍ତି । ଏହି ସୁଇସାଇଡ୍‌ ଡ୍ରୋନ୍‌ର ‘ସୁଇଚ୍‌ବ୍ଲେଡ୍‌ ୬୦୦’ ଓ ‘ସୁଇଚ୍‌ବ୍ଲେଡ୍‌ ୩୦୦’ମଡେଲ୍‌ର ଚାହିଦା ବିଶେଷ ରହିଥାଏ । ସୁଇଚ୍‌ବ୍ଲେଡ୍‌ ୬୦୦ ଘଣ୍ଟା ପ୍ରତି ବେଗ ୧୧୫ କଲୋମିଟର ରହିବା ସହିତ ଆଦେଶ ଦେବାର ୪୦ ମିନିଟ୍‌ ଭିତରେ ଟାର୍ଗେଟ୍‌ ସ୍ଥାନକୁ ବିସ୍ପୋରଣ କରି ଉଡ଼ାଇ ଦିଏ । ସେହିପରି ସୁଇଚ୍‌ବ୍ଲେଡ୍‌ ୩୦୦ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଯାଇ ଟାର୍ଗେଟ୍‌ ସ୍ଥାନକୁ ୧୫ ମିନିଟ୍‌ ମଧ୍ୟରେ ଉଡ଼ାଇ ଦେଇଥାଏ ।

Govt

Comments are closed.