ମୁତ୍ରାଶୟ ସଂକ୍ରମଣ

ମୁତ୍ରାଶୟ ସଂକ୍ରମଣ କହିଲେ ଆମ ଶରୀରରେ ଥିବା ୟୁରିନାରୀ ଟ୍ରାକ୍‌ ବା ମୁତ୍ରନଳୀରେ ହୋଇଥିବା ସଂକ୍ରମଣକୁ ବୁଝାଇଥାଏ । ତେବେ ଆମ ୟୁରିନାରୀ ଟ୍ରାକରେ ଅନେକ ଗୁଡିଏ ଅଙ୍ଗ ମିଶିକରି ଥାଏ, ଯେପରି ବୃକକ୍‌, ୟୁରେଟର, ମୁତ୍ରାଶୟ,ୟୁରେଥ୍ରା ଆଦି । ବୃକକର କାମ ସିଏ ଆମ ରକ୍ତରୁ ଅଦରକାରୀ ସାମଗ୍ରୀକୁ ଛାଣିଥାଏ ଏବଂ ଏହାକୁ ମୁତ୍ରରେ ପରିଣତ କରିଥାଏ । ଏହାପରେ ଏହି ମୁତ୍ର ୟୁରେଟର ଦେଇ ମୁତ୍ରାଶୟରେ ଯମା ହୋଇଥାଏ । ଏହାପରେ ୟୁରେଥ୍ରା ଦେଇ ଏହା ଆମ ଶରୀରରୁ ବାହାରକୁ ଯାଇଥାଏ । ତେଣୁ ମୁତ୍ରାଶୟ ସଂକ୍ରମଣ ସମୟରେ ଏହି ସମସ୍ତ ଅଙ୍ଗ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । ଏହି ସଂକ୍ରମଣ ମହିଳାଙ୍କ କ୍ଷେତ୍ରରେ ବେଶି ଦେଖିବାକୁ ମିଳିଥାଏ । ଏହା ଏକ ପ୍ରକାରର ବ୍ୟାକେଫରିଆଲ ସଂକ୍ରମଣ । ଆମେ ପରିସ୍ରା କରିବା ସମୟରେ ୟୁରେଥା ଦେଇ ଏହି ବ୍ୟକେଫରିଆ ଆମ ଶରୀରକୁ ପ୍ରବେଶ କରିଥାଏ, ଯାହା ଆମର ମୁତ୍ରାଶୟକୁ ମଧ୍ୟ ସଂକ୍ରମିତ କରିପାରେ । କେବଳ ଏତିକି ନୁହେଁ ଏହି ସଂକ୍ରମଣ ଆମର ବୃକକ୍‌କୁ ମଧ୍ୟ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି । ଇ. କୋଲି ନାମକ ଏକ ବ୍ୟାକେଫରିଆ କାରଣରୁ ଏହି ରୋଗ ଆମକୁ ହୋଇଥାଏ ।

ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ ହେବା, ତଳି ପେଟ ଓ ପିଠିରେ ଯନ୍ତ୍ରଣା ।
-ଜ୍ୱର ଅଧିକ ଦିନ ଧରି ଲାଗି ରହିବା ।
-ପରିସ୍ରା ଖୁବ ଅଧିକ ଦୁର୍ଗନ୍ଧ ହେବା ।
– ବାରମ୍ବାର ବା ଖୁବ କମ୍‌ ବ୍ୟବଧାନରେ ପରିସ୍ରା ଲାଗିବା ।
– ପରିସ୍ରା ନିୟନ୍ତ୍ରଣରେ ବିଫଳତା ଅର୍ଥାତ ଆପେଆପେ ପରିସ୍ରା ବାହାରିଯିବା ।
– ଦୁର୍ବଳ ଲାଗିବା ।
– କେତେକଙ୍କ କ୍ଷେତ୍ରରେ ବାନ୍ତି ଲାଗିବା ।

କାରଣ
ସାଧାରଣତଃ ୟୁଟିଆଇ ସଂକ୍ରମଣ ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । କାରଣ ମହିଳାଙ୍କ ଶରୀରର ଗଠନ ଆନୁସାରେ ଏହି ସଂକ୍ରମଣ ସେମାନଙ୍କ କ୍ଷେତ୍ରରେ ଖୁବ ଶୀଘ୍ର ବ୍ୟାପିଥାଏ । ତେବେ ଏହା ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ । ବେଳେବେଳେ ଆମକୁ କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ହୋଇଥାଏ, ଏବଂ ସେଠାରେ ଶୌଚାଳୟର ସୁବିଧା ନଥାଏ । ସେହି କ୍ଷେତ୍ରରେ ସମସ୍ତେ ଦୁଇଟି ପଦକ୍ଷେପ ନେଇ ଥାଆନ୍ତି । ଗୋଟିଏ ହେଲା ଅପରିଷ୍କାର ଶୌଚାଳୟର ବ୍ୟବହାର ଓ ଅନ୍ୟଟି ହେଲା ପାଣି କମ ପିଇବା । ଏହି ଦୁଇଟିଯାକ ଉପାୟରେ ଆମ
ଲକ୍ଷଣ

ଶରୀରର କ୍ଷତି ହୋଇଥାଏ । ଅପରିଷ୍କାର ଶୌଚାଳୟ କାରଣରୁ ୟୁଟିଆଇ ସଂକ୍ରମଣର ଡର ରହିଥିବାବେଳେ ପାଣି କମ ପିଇବା ଦ୍ୱାରା ଆମର ରୋଗପ୍ରତିରୋଧକ ଶକ୍ତି କମିବା ସହିତ ଅନ୍ୟାନ କ୍ଷତି ମଧ୍ୟ ହୋଇଥାଏ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ପାଣି ପିଇବା ନ କମାଇ କୌଣସି ସଫା ଶୌଚାଳୟର ବ୍ୟବହାର କରିବା ପାଇଁ । ଏଥିପ୍ରତି ସଚେତନ ହୋଇ ପାରିଲେ ଆମେ କେତେକାଂଶରେ ୟୁଟିଆଇ ସଂକ୍ରମଣକୁ ରୋକି ପାରିବା ।

Govt

Comments are closed.