ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହୋଇଥାଏ ଦଶହରା । ମା ଦୁର୍ଗା ୯ ରାତି ୧୦ ଦିନ ଯୁଦ୍ଧ କରିବା ପରେ ଏହି ଦିନ ମହିଷାସୁରକୁ ବଧ କରିଥିଲେ । ଏହା ସହିତ ପ୍ରଭୁ ଶ୍ରୀରାମ ଏହିଦିନ ରାବଣକୁ ବଧ କରିଥିଲେ । ଏହାକୁ ଅସତ୍ୟ ଉପରେ ସତ୍ୟର ବିଜୟ ଭାବରେ ପାଳନ କରାଯାଏ । ଏଥିପାଇଁ ଏହି ଦଶମୀକୁ ବିଜୟାଦଶମୀ ବୋଲି ମଧ୍ୟ କୁହାଯାଏ ।
ୟୁନେସ୍କୋ ପକ୍ଷରୁ ଦୁର୍ଗା ପୂଜାକୁ ମାନ୍ୟତା:
ବହୁ ଭାରତୀୟ ପ୍ରତିଭା ଯେପରି ପୁରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେହିପରି ଭାରତୀୟ ପର୍ବପର୍ବାଣୀ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଐତିହାସିକ ଓ ସାଂସ୍କୃତିକ ମାନ୍ୟତା ଲାଭ କରିଛି । ଏହି କ୍ରମରେ ୟୁନେସ୍କୋ ଭାରତୀୟ ପର୍ବ ଦୁର୍ଗାପୂଜାକୁ ଏହାର (ମାନବତାର ଅମୃତ ସାଂସ୍କୃତିକ ଐତିହ୍ୟ) ତାଲିକାରେ ସାମିଲ କରିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ସାରା ବିଶ୍ୱର କେତେକ ବିଶେଷ ଅମୃତ ସାଂସ୍କୃତିକ ଐତିହ୍ୟର ଉତ୍ତମ ସୁରକ୍ଷା ଓ ଏହାର ମହତ୍ତ୍ୱ ବିଷୟରେ ସାରା ଦୁନିଆକୁ ଅବଗତ କରାଇବା ପାଇଁ ୟୁନେସ୍କୋ ୨୦୦୮ରେ ଅମୃତ ସାଂସ୍କୃତିକ ଐତିହ୍ୟ ତାଲିକା ପ୍ରସ୍ତୁତ କରିଥିଲା । ଏହାପରେ ଭାରତ ପକ୍ଷରୁ କୋଲକାତା ଦୁର୍ଗା ପୂଜାକୁ ଏହି ଲିଷ୍ଟରେ ସାମିଲ କରିବାକୁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ଓ ୨୦୨୧ ଡିସେମ୍ବର ୧୫ରେ କୋଲକାତା ଦୁର୍ଗାପୂଜାକୁ ୟୁନେସ୍କୋ ପକ୍ଷରୁ ସାଂସ୍କୃତିକ ମାନ୍ୟତା ମିଳିଥିଲା ।
ଦୁର୍ଗା ପୂଜା ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ । ଏହା ଦେଶର କୋଣ ଅନୁକୋଣରେ ବେଶ୍ ଧୁମ୍ଧାମ୍ର ସହ ମନା ଯାଇଥାଏ । କି;ୁ ପଶ୍ଚିମବଙ୍ଗରେ ଏହି ପର୍ବର ବିଶେଷ ମାନ୍ୟତା ରହିଛି । ୟୁନେସ୍କୋ ପକ୍ଷରୁ ଟ୍ୱିଟର ମେସେଜ୍ରେ କୁହାଯାଇଛି, ଭାରତରେ ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ଏହା ମାନବିକତାର ଏକ ଅପୂର୍ବ ସାଂସ୍କୃତିକ ଓ ଐତିହାସିକ ନିଦର୍ଶନ । ଏହି ପର୍ବ ଯୁଗ ଯୁଗ ଧରି ନୂତନ ପିଢିକୁ ଏକ ମହାନ୍ ଭାରତୀୟ ଚିନ୍ତାଧାରାରେ ଉଦବୁଦ୍ଧ କରି ଆସୁଛି ବୋଲି ୟୁନେସ୍କୋ ପକ୍ଷରୁ କୁହାଯାଇଛି ।
ପଶ୍ଚିମବଙ୍ଗର ସବୁଠୁ ବଡ ପର୍ବ:
ନବରାତ୍ରୀ ଠାରୁ ଆରମ୍ଭ ହେଉଥିବା ଏହି ଦଶହରା ପର୍ବ ବେଙ୍ଗଲୀମାନଙ୍କର ସବୁଠାରୁ ମହ୍ୱପୂର୍ଣ୍ଣ ପର୍ବ । ପୁରା ପଶ୍ଚିମବଙ୍ଗରେ ୧୦ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଏ । ଏଠିକାର ପୁରା ପରିବେଶ ଦେବୀ ମାଙ୍କ ରଙ୍ଗରେ ରଙ୍ଗାୟିତ ହୋଇଯାଏ । ବେଙ୍ଗଲୀ ହିନ୍ଦୁଙ୍କ ଲାଗି ଦୁର୍ଗା ଓ କାଳୀଙ୍କ ଆରାଧନା ଠାରୁ ଆଉ ବଡ କୌଣସି ଉତ୍ସବ ନାହିଁ । ବେଙ୍ଗଲୀମାନେ ଦେଶବିଦେଶ ଯେଉଁଠି ବି ରହିଥାଆ;ୁ ଏହି ପର୍ବକୁ ସ୍ୱତନ୍ତ୍ର ଭାବରେ ମନାଇଥାନ୍ତି । ତେବେ ପଶ୍ଚିମବଙ୍ଗରେ ଶକ୍ତିପୂଜା କାହିଁକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ବାଲ୍ମିକୀ ରାମାୟଣର ବଙ୍ଗଳା ଭାଷାରେ ପୁନଃପ୍ରସ୍ତୁତି ଏହା ପଛର କାରଣ । ଲେଖକ କୃତିବାସ ଓଝା ସମାଜରେ ସତ୍ୟ,ନ୍ୟାୟ ଓ ପ୍ରେମର ଜୟ ହୋଇଥାଏ ଏହା ଦେଖାଇବାକୁ ବାଲ୍ମିକୀ ରାମାୟଣକୁ ବଙ୍ଗଳା ଭାଷାରେ ପ୍ରସ୍ତୁତ କରିଥିଲେ । ସେ ଦେଖାଇବାକୁ ଚାହିଁଥିଲେ ରାବଣ ଓ ତା ପରି ସବୁ ଆତତାୟୀମାନଙ୍କୁ ଏକଦା ପରାଜୟ ବରଣ କରିବାକୁ ପଡିବ ।
ତାଙ୍କ ରଚନାର ଲକ୍ଷ୍ୟ କେବଳ ଲୋକଙ୍କ ମନରେ ଭକ୍ତିଭାବ ଉଦ୍ରେକ କରିବା ନ ଥିଲା ବରଂ ମାନବ ସଭ୍ୟତା ଓ ଇତିହାସ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲାଗି ସେ ଏହା କରିଥିଲେ । ପଶ୍ଚିମବଙ୍ଗରେ ନାରୀ ପୂଜନର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ । ଏଣୁ ସେଠାରେ ଶକ୍ତି ପୂଜା କରୁଥିବା ଶାକ୍ତ ସଂପ୍ରଦାୟର ବେଶୀ ପ୍ରଭାବ ରହିଛି । ଅନ୍ୟପକ୍ଷରେ ସେଠାରେ ବୈଷ୍ଣବ ସନ୍ଥ ମଧ୍ୟ ରହିଛନ୍ତି ଯେଉଁମାନେ ରାମ ଓ କୃଷ୍ଣଙ୍କ ଆରାଧନାରେ ବିଶ୍ୱାସ ରଖନ୍ତି । ପୂର୍ବରୁ ଏହି ଦୁଇ ସଂପ୍ରଦାୟ ମଧ୍ୟରେ ପ୍ରାୟ ସମୟ ସଂଘର୍ଷ ହେଉଥିଲା । କୃତିବାସ ନିଜ ରଚନା ଜରିଆରେ ଏହି ଦୁଇ ସଂପ୍ରଦାୟ ମଧ୍ୟରେ ଏକତା ବଜାୟ ରଖିବାକୁ ବହୁତ ଚେଷ୍ଟା କରିଥିଲେ । ପ୍ରଭୁ ଶ୍ରୀରାମଙ୍କୁ ଦୁର୍ଗା ଆରାଧନା କରୁଥିବାର ଦେଖାଇ ଦୁଇ ସଂପ୍ରଦାୟ ମଧ୍ୟରେ ଏକତା ଓ ସ;ୁଳନ ବଜାୟ ରଖିବାରେ ସଫଳ ହୋଇଥିଲେ । ଏହି ପ୍ରସଙ୍ଗରେ ଶ୍ରୀରାମଙ୍କ ନାୟକତ୍ୱ ତ ସ୍ଥାପିତ ହୋଇଥିଲା ଏହା ସହ ଶକ୍ତି ଅର୍ଥାତ୍ ନାରୀର ମହତ୍ତ୍ୱ୍ୱ ମଧ୍ୟ ପ୍ରତିଷ୍ଠା ହୋଇଥିଲା । କୃତିବାସଙ୍କ ରାମାୟଣ ପଶ୍ଚିମବଙ୍ଗରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଲା । ଏହା ସହିତ ଦେବୀ ଦୁର୍ଗା ମଧ୍ୟ ଏଠିକାର ଜନମାନସରେ ଲୋକପ୍ରିୟ ହୋଇଗଲେ । ଗତ ୫ ଶତାବ୍ଦୀ ଧରି ଦଶହରା କେବଳ ପଶ୍ଚିମବଙ୍ଗରେ ନୁହେଁ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ପର୍ବ ଭାବରେ ପାଳିତ ହୋଇ ଆସୁଛି । ଏଣୁ ଦୁର୍ଗାଙ୍କ ପ୍ରତିମାରେ ବେଙ୍ଗଲୀ ମୂର୍ତ୍ତିକଳାର ଛାପ ସ୍ପଷ୍ଟ ବାରି ହୁଏ ।
କାହିଁକି ସିନ୍ଦୁର ଖେଳର ପରମ୍ପରା:
ଦଶମୀ ଦିନ ପଶ୍ଚିମବଙ୍ଗରେ ସିନ୍ଦୁର ଖେଳର ପରମ୍ପରା ରହିଛି । ଏହି ସିନ୍ଦୁର ଖେଳକୁ ନେଇ ମାନ୍ୟତା ରହିଛି ଯେ, ଏହି ଦିନ ସିନ୍ଦୁର ଖେଳିବା ଦ୍ୱାରା ସୁହାଗିନୀଙ୍କ ପତିଙ୍କ ଆୟୁ ବୃଦ୍ଧି ହୋଇଥାଏ । ଆହୁରି ମଧ୍ୟ ମାନ୍ୟତା ରହିଛି ନବରାତ୍ରୀରେ ମା ଦୁର୍ଗା ୧୦ ଦିନ ଲାଗି ନିଜ ବାପ ଘରକୁ ଆସିଥାନ୍ତି । ଯେଉଁପରି ଭାବରେ ଝିଅ ବାପଘର ଆସିଲେ ତାର ଚର୍ଚ୍ଚା କରାଯାଏ ସେହିପରି ଭାବରେ ମା ଦୁର୍ଗାଙ୍କର ବି ଖୁବ୍ ସେବା କରାଯାଏ । ଏହି ସିନ୍ଦୁର ଖେଳରେ ପାନ ପତ୍ରରେ ମାଙ୍କ ଗଣ୍ଡଦେଶକୁ ସ୍ପର୍ଶ କରାଯାଏ ଓ ପରେ ମାଙ୍କ ସିନ୍ଥିରେ ସିନ୍ଦୁର ଭରି ଦିଆଯାଏ । ସିନ୍ଦୁର ଖେଳ ସହିତ ବେଙ୍ଗଲୀ ସଂପ୍ରଦାୟରେ ଧୁନୁଚୀ ନୃତ୍ୟର ପରମ୍ପରା ମଧ୍ୟ ରହିଛି । ପ୍ରାୟ ୪୫୦ ବର୍ଷ ଧରି ମାଙ୍କ ବିସର୍ଜନ ପୂର୍ବରୁ ଏଠାରେ ସିନ୍ଦୁର ଖେଳ ଉତ୍ସବ ମନାଯାଇ ଆସୁଛି । ଝିଅ ବିଦା ସମୟରେ ଯେପରି ବିଭିନ୍ନ ଖାଦ୍ୟ ସାମଗ୍ରୀ ସହିତ ଅନ୍ୟ ପ୍ରକାର ଭେଟି ଦିଆଯାଏ ସେହିପରି ବିସର୍ଜନ ପୂର୍ବରୁ ମା ଦୁର୍ଗାଙ୍କ ସହିତ ପୁଟୁଳୀରେ ଶୃଙ୍ଗାର ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ରଖି ଦିଆଯାଏ । ଏହା ଏଇଥିପାଇଁ କରାଯାଏ ଯେ, ଦେବଲୋକରେ ପହଞ୍ଚିବା ଯାଏ ଯେପରି ମାଙ୍କର କିଛି ଅସୁବିଧା ନ ହେବ । ମାଙ୍କୁ ଏଠାରେ ଲାଲ ଓ ଧଳା ଚୁଡି ପିନ୍ଧାଇ ବିଦାୟ ଦିଆଯାଏ ।
ନବରାତ୍ରୀରେ ଗରବା:
ନବରାତ୍ରୀ ଉପଲକ୍ଷେ ଗୁଜରାଟ ସହିତ ବହୁ ରାଜ୍ୟରେ ଗରବା ନୃତ୍ୟର ଭବ୍ୟ ଆୟୋଜନ କରାଯାଏ । ଗରବା ନୃତ୍ୟ ମାଧ୍ୟମରେ ମା ଦୁର୍ଗାଙ୍କୁ ପ୍ରସନ୍ନ କରାଯାଏ । ଗରବାର ଶାବ୍ଦିକ ଅର୍ଥ ଗର୍ଭ ଦୀପ । ଗର୍ଭ ଦୀପକୁ ନାରୀ ଗର୍ଭର ସୃଜନ ଶକ୍ତିର ପ୍ରତୀକ ଭାବରେ ମନାଯାଏ । ଏହି ଶକ୍ତିକୁ ମା ଦୁର୍ଗାଙ୍କ ସ୍ୱରୁପ ଭାବରେ ପୂଜା କରାଯାଏ । ଗରବା ନୃତ୍ୟ ଆରମ୍ଭ କରିବା ପୂର୍ବରୁ ମାଟିର ଛିଦ୍ର ଯୁକ୍ତ ଘଡି ମଧ୍ୟରେ ଏକ ଦୀପ ପ୍ରଜ୍ୱଳିତ କରାଯାଇ ମା ଶକ୍ତିକୁ ଆହ୍ୱାନ କରାଯାଏ । ପରେ ଏହି ଗରବାର ଚାରିପଟେ ନୃତ୍ୟ କରି ମହିଳାମାନେ ମାଙ୍କୁ ପ୍ରସନ୍ନ କରିଥାନ୍ତି । ଏହି ନୃତ୍ୟ ସମୟରେ ମହିଳାମାନେ ତିନି ତାଳିର ପ୍ରୟୋଗ କରିଥାନ୍ତି । ଏହି ୩ ତାଳି ପୁରା ବିଶ୍ୱ ବ୍ରହ୍ମାଣ୍ଡର ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ସମର୍ପିତ ହୋଇଥାଏ । ଗରବା ନୃତ୍ୟରେ ତିନି ତାଳି ବଜାଇ ତିନି ଦେବତାଙ୍କୁ ଆହ୍ୱାନ କରାଯାଏ । ଏହି ତିନି ତାଳିର ଧ୍ୱନିରେ ତେଜ ପ୍ରକଟ ହୋଇଥାଏ ଓ ତରଙ୍ଗ ଉପିନ୍ନ ହୋଇଥାଏ ଏବଂ ଏହା ଦ୍ୱାରା ଶକ୍ତି ସ୍ୱରୂପା ମା ଅମ୍ବା ଜାଗୃତ ହୋଇଥାନ୍ତି ।
ୟୁନେସ୍କୋ ଟ୍ୟାଗ୍ ଲାଗି ନାମାଙ୍କନ ଦାଖଲ:
ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ଲାଗି ଗୁଜରାଟର ପାରମ୍ପରିକ ନୃତ୍ୟ ଗରବା ଭାରତ ପକ୍ଷରୁ ନୋମିନେଟେଡ୍ ହୋଇଛି । ୨୦୨୩ରେ ୟୁନେସ୍କୋ ପକ୍ଷରୁ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବ ଆଉ ଗରବା ୟୁନେସ୍କୋ ମାନ୍ୟତା ପାଇଲେ ଭାରତର ମୋଟ ୧୫ ଗୋଟି ସାଂସ୍କୃତିକ ଐତିହ୍ୟ ଏହି ଟ୍ୟାଗ ଲାଭ କରିବ ଯାହା ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ ହେବ ।
କଟକ ପୂଜା
କଲିକତା ଭଳି ଓଡ଼ିଶାର କଟକର ଦଶହରା ବେଶ୍ ପ୍ରସିଦ୍ଧ । କଟକର ଦଶହରାରେ ସବୁବେଳେ ଅନ୍ୟ ନଗରୀଠାରୁ ଭିନ୍ନତା ଦେଖାଯାଇଥାଏ । ଦଶହରା ସମୟରେ ସାରା କଟକ ଏକ ମଣ୍ଡପ ଭଳି ସଜାଇ ହୋଇଥାଏ । ବିଭିନ୍ନ ସାହିରେ ଦେଖିବାକୁ ମିଳିଥାଏ ଦୁର୍ଗାଙ୍କର ମେଢ ସାଙ୍ଗକୁ ଆକର୍ଷଣୀୟ ପେଣ୍ଡାଲ । ଦଶହରାରେ କଟକରେ ଦେଖିବାକୁ ମିଳିଥାଏ ଅନନ୍ୟ ଭାଇଚାରାର ଉଦାହରଣ । ଲାଗିନଥାଏ ଏହା ଗୋଟିଏ ଧର୍ମର ପୂଜା, ସମସ୍ତେ ଏହି ପୂଜାର ବେଶ ଆନନ୍ଦ ଉଠାନ୍ତି । ଖାଦ୍ୟ ଖାଇବା ଠାରୁ ଆରମ୍ଭ କରି ମେଢ ଦେଖା ଲୋକମାନେ ମନଭରି ଉପଭୋଗ କରନ୍ତି କଟକର ଦଶହରାକୁ । ତେବେ କଟକ ଦୁର୍ଗାପୂଜା କେବେ ଠାରୁ ଆରମ୍ଭ ତାର କୌଣସି ହିସାବ ନାହିଁ । ହେଲେ ଏହା ପାଖାପାଖି ୫୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଇଥାଏ । ତେବେ ତଥ୍ୟ ଅନୁସାରେ ୧୭୫୨ ମସିହାରେ ମାଛୁଆ ବଜାର ଓ ୧୮୫୧ରେ କାଳିବଜାରରେ ପୂଜା ଆରମ୍ଭ ହୋଇଥିଲା । ତେବେ ୧୯୧୩ରେ ଏହି ପୂଜା ସାର୍ବଜନୀନ ଦୁର୍ଗାତ୍ସୋବରେ ପରିଣତ ହୋଇଥିଲା । ତେବେ ଦଶହରା କଟକ ସହରର ଆଉ ଏକ ପରିଚୟ । କଟକବାସୀ ସର୍ବଦା ଚାହିଁବସିଥାଆନ୍ତି କିଭଳି ଦୁର୍ଗାପୂଜାକୁ ଉପଭୋଗ କରିବେ । ମେଢ ସଜାପାଇଁ ପରିଚିତ ଏହି କଟକ । ଦୁର୍ଗାଙ୍କର ଚାନ୍ଦି ଠାରୁ ଆରମ୍ଭ କରି ସୁନା ବିଭିନ୍ନ ପ୍ରକାରର ମେଢ ଦେଖିବାକୁ ମିଳିଥାଏ । କଟକରେ ପ୍ରଥମ ଚାନ୍ଦିମେଢ ୧୯୫୬ ମସିହାରେ ଆରମ୍ଭ ହୋଇଥିଲା । କେବଳ ସୁନା ରୂପା ନୁହେଁ ଜରି ଓ ଅନ୍ୟାନ ସାଜସଜ୍ଜା ସାମଗ୍ରୀରେ ମଧ୍ୟ ମେଢ ଦେଖିବାକୁ ମିଳିଥାଏ । ଓଡ଼ିଶାର ଦୁର୍ଗାପୂଜାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା କଟକର ଦୁର୍ଗାପୂଜାକୁ ସାଂସ୍କୃତିକ ଐତିହ ମାନତ୍ୟା ଦେବା ପାଇଁ ଦାବି ଜୋରଧରିଛି ।
Comments are closed.