ନୂଆଦିଲ୍ଲୀ: ଅପ୍ରେଲ୦୮: ଜାତିସଂଘର ମାନବାଧିକାର କାଉନସିଲ- ୟୁଏନଏଚଆରସି ରୁ ରୁଷକୁ ବହିଷ୍କାର କରାଗଲା । ଋଷର ବର୍ବରତାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡେମିର୍ ଜେଲେନସ୍କି ଜାତିସଂଘରୁ ଋଷକୁ ବାଦ ଦେବା ପାଇଁ ଆହ୍ୱାନ ଦେଇଥିଲେ । ତେବେ କେବଳ ନିଜ ଜିଦ୍ ପାଇଁ ୟୁକ୍ରେନ୍ ଉପରେ ଆକ୍ରମଣ ଓ ବହୁ ଧନ ଜୀବନ ନଷ୍ଟ କରିଥିବାରୁ ଏପରି ଦାବି କରିଥିଲେ ଜେଲେନସ୍କି । ତେବେ ଜାତିସଂଘ ସାଧାରଣ ପରିଷଦରେ ମଧ୍ୟ ଏନେଇ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ସପକ୍ଷରେ ୯୩ଟି ଦେଶ ଭୋଟ୍ ଦେଇଥିଲେ ,୨୪ଟି ଦେଶ ପ୍ରସ୍ତାବକୁ ବିରୋଧ କରିଥିଲେ। କିନ୍ତୁ ଭାରତ ସହିତ ମୋଟ ୫୮ଟି ଦେଶ ମଧ୍ୟ ଏହି ଭୋଟଦାନରୁ ବିରତ ରହିଥିଲେ । ବୁଚା ନରସଂହାର ଘଟଣାକୁ ନେଇ ରୁଷକୁ ବିଭିନ୍ନ ଦେଶ ନିନ୍ଦା କରିଥିବା ବେଳେ, ରୁଷ ବିରୋଧରେ ଜାତିସଂଘରେ ଆସିଥିଲା ଏହି ପ୍ରସ୍ତାବ। ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବାରୁ ରୁଷକୁ ନିନ୍ଦା କରିଥିଲେ ବିଭିନ୍ନ ଦେଶ।

Comments are closed.