ନବରାତ୍ରୀ ସମୟରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ସେହିଭଳି ଏକ ପରମ୍ପରା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଜରାଟର ଅହମଦାବାଦରେ ପାଖାପାଖି ୨୦୦ ବର୍ଷ ଧରି ଏକ ନିଆରା ପରମ୍ପରା ଦେଖିବାକୁ ମିଳୁଛି । ଏଠାରେ ନବରାତ୍ରୀ ସମୟରେ ପୁରୁଷ ଲୋକ ଶାଢି ପିନ୍ଧି ନାଚିବାର ପରମ୍ପରାକୁ ଅନୁକରଣ କରାଯାଇଥାଏ । ଏଠାରେ ପୁରୁଷମାନେ ଏକତ୍ରିତ ହୋଇ ଶାଢି ପିନ୍ଧି ଗରବା ନାଚି ଥାଆନ୍ତି । ସୂଚନା ଅନୁସାରେ ୨୦୦ ବର୍ଷ ପୂର୍ବେ ସଦୁବେନ ନାମକ ଜଣେ ମହିଳା ମୁଗଲ ସରଦାରଙ୍କ ଠାରୁ ବଞ୍ଚିବା ପାଇଁ ବାରୋଟ କମ୍ୟୁନିଟିର ପୁରୁଷଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ହେଲେ ସେହି ପୁରୁଷମାନେ ସାହାଯ୍ୟ କରିନଥିଲେ । ଏହାପରେ ସଦୁବେନ ସେହି ପୁରୁଷଙ୍କୁ ଅଭିଶାପ ଦେଇଥିଲେ ଏବଂ ଏହାପରେ ସେ ଆତ୍ମହତ୍ୟା କରିଦେଇଥିଲେ । ଏହି ଅଭିଶାପ ପାଇଁ ଆଜି ପ୍ରତିବର୍ଷ ନବରାତ୍ରିର ଅଷ୍ଟମ ରାତିରେ ଏହି କମ୍ୟୁନିଟିର ପୁରୁଷମାନେ ପ୍ରାୟଶ୍ଚିତ କରିବା ପାଇଁ ଶାଢି ପିନ୍ଧି ନାଚିଥାଆନ୍ତି ।
