ବିଭିନ୍ନ ସମୟରେ ଜେନ୍ ଜେଡଙ୍କୁ ନେଇ ଭିନ୍ନଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ଏକ ଭିନ୍ନ ଟ୍ରେଣ୍ଡ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଟ୍ରେଣ୍ଡରେ ଶବଙ୍କୁ ଚକୋଲେଟ୍ ଓ ପେନ୍କିଲର ଖୁଆଇବାର ପ୍ରଥା ଭାଇରାଲ ହେବାରେ ଲାଗିଛି । ଚୀନରେ ଥିବା ଐତିହାସିକ ବ୍ୟକ୍ତିବିଶେଷଙ୍କ କବର ଉପରେ ଚକୋଲେଟ୍ ଓ ମଦ ଚଢାଇବାର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏହି ଟ୍ରେଣ୍ଡକୁ ସେଠିକାର ଯୁବଗୋଷ୍ଠୀ ଅନୁକରଣ କରୁଥିବା ଦେଖିବାକୁ ମିଳୁଛି । ଏହି କବରରେ ବରିଷ୍ଠ କବି, ସେନାପତି, ରାଜାମହାରାଜମାନଙ୍କର କବର ସାମିଲ ରହିଛି । ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡକୁ ବିଭିନ୍ନ ଯୁବସଙ୍ଗଠନ ଅନୁକରଣ କରୁଥିବା ଦେଖିବାକୁ ମିଳୁଛି । ଯେଉଁମାନଙ୍କ କବରରେ ମଦ ଦିଆଯାଉଛି, ସେମାନେ ଜୀବନ୍ତ ଥିବାବେଳେ ବିଭିନ୍ନ କାରଣରୁ ମଦ ପିଉଥିବାର ସୂଚନା ରହିଛି । ତେବେ ଏହି ତାଲିକାରେ ଚକୋଲେଟ୍, ମଦ, ପେନକିଲର ସାମିଲ ଥିବାରୁ ଏହା ପ୍ରଦୂଷଣର କାରଣ ସାଜୁଛି ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି ।
