ବିରଳ ଦୌଡ

0

ସୁଇଜର ଲାଣ୍ଡର ଲାଞ୍ଜନ ସହରରେ ଏକ ତିନି କିଲୋମିଟରର ରେସର ଆୟୋଜନ ହୋଇଥିଲା । ତେବେ ଏହି ଦୌଡ କୌଣସି ପଡିଆ ନୁହେଁ ବରଂ ଏକ ବିଲ୍ଡିଂରେ ଆୟୋଜିତ ହୋଇଥିଲା ।ୟୁନିଭର୍ସିଟି ଅଫ ଲାଞ୍ଜାନରେ ଏହି ବିରଳ ଦୌଡର ଆୟୋଜନ କରାଯାଇଥିଲା । ଏହି ଦୌଡର ନାଁ ବୋର୍ଟକ୍ସ ରେସ ରଖାଯାଇଛି, ଯାହା ଏଠାରେ ଥିବା ୮ ମହଲା ବିଲ୍ଡିଂରେ ଆୟୋଜନ କରାଯାଇଥିଲା । ବିଲ୍ଡିଂରେ ୨.୮ କିମିର ଲମ୍ବା ହେଲିକୋଇଡଲ (ଘୁର୍ଣ୍ଣିୟମାନ) ରାମ୍ପ ରହିଛି । ଯାହା ଏହାକୁ ବିରଳ କରିଥାଏ । ଏହି ରେସରେ ଛାତ୍ରଛାତ୍ରୀଙ୍କ ସହିତ ପର୍ଯ୍ୟଟକମାନେ ମଧ୍ୟ ଭାଗ ନେଇପାରିବେ । ସମୁଦାୟ ୨ ହଜାରରୁ ଅଧିକ ଲୋକ ଏହି ରେସରେ ଭାଗ ନେଇଛନ୍ତି ବୋଲି ଜଣା ପଡିଛି । ସମସ୍ତ ପ୍ରତିଯୋଗୀଙ୍କୁ ବିଲ୍ଡିଂର ତଳୁ ଉପରକୁ ଚଢିବାର ଅଛି । ଆୟୋଜକମାନ ଏହି ଦୌଡ ପ୍ରତିଯୋଗିତାକୁ ଦୁଇଟି ଭାଗରେ ବାଣ୍ଟି ଆୟୋଜନ କରିଥିଲେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.