ପ୍ଲାଷ୍ଟିକ୍ ବର୍ଜନ ଅଭିଯାନ ସମସ୍ତ ସ୍ଥାନରେ ଚାଲିଛି । ଲୋକମାନେ ପ୍ଲାଷ୍ଟିକ୍ ବଦଳରେ ଇକୋଫ୍ରେଣ୍ଡଲି ବ୍ୟାଗ୍ ବ୍ୟବହାର କରୁଛନ୍ତି । ହେଲେ ଏହି ବ୍ୟାଗ ଗୁଡିକ ମାଛ, କ୍ଷୀର ପ୍ୟାକେଟ୍ ବିଭିନ୍ନ ଆଦ୍ରତା ଥିବା ସାମଗ୍ରୀ ଆଣିବାକୁ ଉପଯୋଗୀ ହୋଇନଥାଏ । ତେବେ କର୍ଣ୍ଣାଟକର ଧନଞ୍ଜୟ ହେଗଡେ ଏହାର ସମାଧାନ ବାହାର କରିଛନ୍ତି । ପେଷାରେ ସେ ଜଣେ ମେକାନିକାଲ ଇଞ୍ଜିନିୟର । ପ୍ଲାଷ୍ଟିକ ବ୍ୟାନ ପରେ ମଧ୍ୟ ମାଛ, ମାଂସ ନେବା ଆଣିବା ପାଇଁ ଲୋକମାନେ ପଲିଥିନକୁ ବ୍ୟବହାର କରୁଛନ୍ତି, ଯାହାକୁ ଦେଖିବା ପରେ ପେପର ବ୍ୟାଗର ଉପାୟ ତାଙ୍କୁ ଆସିଥିଲା । ସେ ଖବର କାଗଜକୁ ବ୍ୟବହାର କରି ଏଭଳି ବ୍ୟାଗ ବାହାର କରିଛନ୍ତି ଯାହା ପରିବେଶ ଉପଯୋଗୀ ହେବା ସହିତ ପ୍ରାୟ ୧୦ କିଗ୍ରା ଓଜନ ସମ୍ଭାଳିବା ପାଇଁ ସକ୍ଷମ । ସେ ଏହି ବ୍ୟାଗ ତିଆରି ପାଇଁ ଏକ ମେସିନର ମଧ୍ୟ ଉଦ୍ଭୁାବନ କରିଛନ୍ତି । ସେ ଏହି ବ୍ୟାଗକୁ ତିଆରି କରିବା ପାଇଁ ଖବର କାଗଜ ଓ କଦଳୀ ଗଛର ଫାଇବର ବ୍ୟବହାର କରୁଛନ୍ତି । ତେବେ ଏହି ବ୍ୟାଗ ପ୍ରଥମେ ଓଦା ସାମଗ୍ରୀ ରଖିବାକୁ ପ୍ରସ୍ତୁତ ନଥିଲା । ତେଣୁ ଧନଞ୍ଜୟ ଏହା ଉପରେ ଏକ ପରସ୍ତ ଦେବାକୁ ଠିକ୍ କଲେ । ସେ ଏହି ପରସ୍ତ ମକା ଷ୍ଟ୍ରାଚ୍ରୁ ପ୍ରସ୍ତୁତ କରିଥିଲେ । ଏହି ଷ୍ଟ୍ରାଚର ସ୍ତର ଉପରେ ସେ ଏକ ଧଳା କାଗଜ ମଧ୍ୟ ବ୍ୟବହାର କରିଛନ୍ତି, ଯାହା ଖାଦ୍ୟକୁ କୌଣସି କେମିକାଲ ସଂପର୍ଶରେ ଆସିବାରୁ ବଞ୍ଚାଇବ । ଏହାପରେ ଏହି ବ୍ୟାଗ୍ ଓଦା ସାମଗ୍ରୀକୁ ନେବା ଆଣିବା କରିବା ପାଇଁ ପୂରାପୁରି ପ୍ରସ୍ତୁତ ହୋଇଥିଲା ।
