ନୂଆଦିଲ୍ଲୀ/ଭୁବନେଶ୍ୱର :“ମା’ଙ୍କ ନାଁରେ ଗଛ ଟିଏ ” “ଏକ୍ ପେଡ଼ ମା’ କେ ନାମ୍” । ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ଆସନ୍ତା କାଲି “ମା’ଙ୍କ ନାମରେ ଗୋଟିଏ ଗଛ ୨.୦” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ପର୍ଯ୍ୟାୟର ଏହି ଅଭିଯାନ ଜୁନ୍ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ୧୦ କୋଟି ଗଛ ଲଗାଇବା ପାଇଁ ଦେଶବାସୀ ତଥା ଛାତ୍ରଛାତ୍ରୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଏକ୍ ପେଡ଼ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ , ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ ନାମରେ ଗୋଟିଏ ଗଛ” ଏକ ବଡ଼ ଅଭିଯାନରେ ପରିଣତ ହୋଇଛି । ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢ଼େ ୫ କୋଟିରୁ ଅଧିକ ଗଛ ଲଗାଯାଇଛି । ଛତିଶଗଡ଼ରେ ଶିଶୁ ଏବଂ ମାଆ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଡ୍ ବଲ୍, ତ୍ରିପୁରାରେ ଗଛ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜସ୍ଥାନରେ ୧.୫ କୋଟିର ଚାରାରୋପଣ ଏହି ଅଭିଯାନକୁ ନୂଆ ପରିଚୟ ଦେଇଛି । ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପ୍ରଚେଷ୍ଟା ଏହି ରାଷ୍ଟ୍ରୀୟ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ।

Comments are closed.