ନେତାଜୀଙ୍କ ଜନ୍ମମାଟିରେ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା

କଟକ/ ଭୁନେଶ୍ବର : ଓଡ଼ିଆ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ଆଜି କଟକରେ ପହଞ୍ଚିଛନ୍ତି। କଟକର ଫୁଲନଖରାଠାରେ ପ୍ରଥମେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହାପରେ କଟକ ଲିଙ୍କରୋଡ, ପାଲାମଣ୍ଡପ, ବାଦାମବାଡ଼ି, ଦୋଳମୁଣ୍ଡାଇ, ହରିପୁର ସମେତ ସମସ୍ତ ପ୍ରମୁଖ ସ୍ଥାନମାନଙ୍କରେ ସମ୍ବର୍ଦ୍ଧିତ କରାଯାଇଛି। ଏହାପରେ ଅମିତ ଶାହ ଓଡ଼ିଆ ବଜାରଠାରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟରେ ପହଞ୍ଚି ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ନେତାଜୀଙ୍କ ଦର୍ଶନ ପରେ ସେ କଟକ ଇନଡୋର ଷ୍ଟାଡିୟମ୍ ଅଭିମୁଖେ ଯାତ୍ରା ଯାଇଛନ୍ତି। ଇନଡୋର୍‌ ଷ୍ଟାଡିୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ।

Hh

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଲାଗି କଟକରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଲେ। ସେଠାରେ ସେ ପ୍ରାୟ ୨୦ ମିନିଟ୍ ଅତିବାହିତ କରିଥିଲେ ।

Hh

ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥି‌ଲେ।

Hh

ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇ ଏବଂ ସେଠାରେ ଚା ଓ ଜଳପାନ କରିଛନ୍ତି। ସମୀର ମହାନ୍ତିଙ୍କ ପୁରୁଣା ଭୁବନେଶ୍ବର ବାସଭବନରେ ଶ୍ରୀ ଶାହା ପହଞ୍ଚିବା ପରେ ତାଙ୍କୁ ଉତ୍ତରୀୟ ଦେଇ ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ଏଠାରେ ମଧ୍ୟ ରାଜ୍ୟ ବିଜେପିର ବହୁ ନେତା ଉପସ୍ଥିତ ଥିବ‌ା ଦେଖିବାକୁ ମିଳିଥିଲା। ସେଠାରୁ ସେ କଟକ ଅଭିମୁଟେ ବାହାରିଥିଲେ।

Govt

Comments are closed.