ଯୁଦ୍ଧ ସମୟରେ ପ୍ରଥମ ଥର ପୁଟିନ ଓ ଜାତି ସଂଘ ମୁଖ୍ୟଙ୍କ ୱାନ୍ ଟୁ ୱାନ୍ କଥାବାର୍ତ୍ତା
ମାରିଓପୋଲ୍ ଆଜବଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟରେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ପୁଟିନ ରାଜି, ଆସନ୍ତାକାଲି ଜାତି ସଂଘ ମୁଖ୍ୟ ଓ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ଆଲୋଚନା
ୱାସିଂଟନ୍ : ଏପ୍ରିଲ ୨୮: ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୱାନ୍ ଟୁ ୱାନ୍ ଆଲୋଚାନା କରିଛନ୍ତି । ସେହି ଆଲୋଚନା ବୈଠକରେ ଅନ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ପ୍ରାୟ ୨ ଘଣ୍ଟା ଧରି ପୁଟିନ ଏବଂ ଗୁଟେରେସ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ଉକ୍ତ ବୈଠକରେ ଜାତିସଂଘ ଏବଂ ଅନ୍ତର୍ଜାତୀୟ ରେଡ୍ କ୍ରସ୍ କମିଟି ମାରିଓପୋଲ୍ ଆଜବଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟରୁ ଉଦ୍ଧାର କାର୍ଯ୍ୟ କରିବା ପାଇଁ ପୁଟିନ୍ ରାଜି ହୋଇଛନ୍ତି । ନାଗରିକଙ୍କ ଉଦ୍ଧାର ଏବଂ ମାନବୀୟ ସହଯୋଗ ପାଇଁ ବିଭିନ୍ନ ପ୍ରସ୍ତାବ ସଂକ୍ରାନ୍ତରେ ପୁଟିନ ଏବଂ ଜାତିସଂଘ ମୁଖ୍ୟ ବିସ୍ତୃତ ଆଲୋଚନା କରିଥିବା ସୂଚନା ମିଳିଛି । ମାରିଓପୋଲ୍ ସହରରୁ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବାକୁ ଉଭୟ ଜାତିସଂଘ ମୁଖ୍ୟ ଏବଂ ପୁଟିନ୍ ରାଜି ଅଛନ୍ତି ବୋଲି ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ ସୂଚନା ଦେଇଛନ୍ତି ।
ତେବେ ଆସନ୍ତାକାଲି ଜାତି ସଂଘ ମୁଖ୍ୟ ଗୁଟେରେସ୍ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସେ କିବ୍ ଗସ୍ତ କରିବେ ।

Comments are closed.