ମାରିଉପୋଲ ସହର ଆତ୍ମସମର୍ପଣ କରିବ ନାହିଁଁ: ୟୁକ୍ରେନ୍‌

ଦିଲ୍ଲୀ: ମାର୍ଚ୍ଚ ୨୧ : ଆଜିକୁ ଯୁଦ୍ଧର ୨୬ ଦିନ ପୂରିଗଲା । ତଥାପି ଋଷ ସେନା ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି । ଋଷ୍‌ ଏବେ ୟୁକ୍ରେନ୍‌ର ମୁଖ୍ୟ ବନ୍ଦର ସହର ମାରିଉପୋଲ ଉପରେ ଦୃଷ୍ଟି ପକାଇଛି । ସେହି ସହରକୁ ନିଜ ଅଧିନକୁ ନେବାକୁ ବିଭିନ୍ନ କୌଶଳ ଆପଣେଉଛି । ଏହପରିକି ଅସ୍ତ୍ର ଛାଡିବାକୁ ଋଷ୍‌ ୟୁକ୍ରେନକୁ ଚେତାବନୀ ଦେଇଛି । ହେଲେ ମାରିଉପୋଲ ସହର ଋଷ୍‌ ପାଖରେ ଆତ୍ମସମର୍ପଣ କରିବା ନାହିଁ ବୋଲି ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସଚୁଖ ସିଧାସଳଖ କହିଛନ୍ତି ।
ସେ କହିଛନ୍ତି-କୌଣସି ସମର୍ପଣ ବା ଅସ୍ତ୍ରତ୍ୟାଗର ପ୍ରଶ୍ନ ହିଁ ଉଠୁନାହିଁ । ଏନେଇ ଆମେ ଋଷୀୟ ପକ୍ଷକୁ ସୂଚନା ଦେଇସାରିଛୁ ।

ମାରିଉପୋଲ ସହର ଆତ୍ମସମର୍ପଣ କରିବ ନାହିଁଁ: ୟୁକ୍ରେନ୍‌

ସୂଚନାଥାଉଯେ, ମାରିଉପୋଲ ସହର ଉପରେ ରବିବାର ଦିନ ଅଧିକ ବୋମା ବର୍ଷଣ ହୋଇଥିଲା । ବାରମ୍ବାର ଆକ୍ରମଣ ଯୋଗୁଁ ଖାଦ୍ୟ, ପିଇବା, ବିଜୁଳି ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରାୟ ୨୩ ଶହରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।

ହେଲେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବୋମା ବର୍ଷଣରେ ଅଧିକ ଲୋକ ମରି ନାହାନ୍ତି ବରଂ ପ୍ରତିକୂଳ ପରିସ୍ଥିତି, ଖାଦ୍ୟାଭାବ, ମାନସିକ ଚାପ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ ମୃତୁ୍ୟ ହୋଇଛି ।

ମାରିଉପୋଲ ସହର ଆତ୍ମସମର୍ପଣ କରିବ ନାହିଁଁ: ୟୁକ୍ରେନ୍‌
ଅନ୍ୟପକ୍ଷରେ, ମାରିଉପୋଲ ସହରରେ ଭୟାନକ ମାନବୀୟ ସଙ୍କଟ ସୃଷ୍ଟି ହୋଉଥିବା ନେଇ ‘ଋଷିଆନ୍‌ ସେଣ୍ଟର ଫର ଡିଫେନ୍ସ ମ୍ୟାଜମେଣ୍ଟ’ର ନିର୍ଦ୍ଦେଶକ କର୍ଣ୍ଣେଲ ଜେନେରାଲ ସତର୍କ କରାଇଛନ୍ତି ।

ମାରିଉପୋଲ ସହର ଆତ୍ମସମର୍ପଣ କରିବ ନାହିଁଁ: ୟୁକ୍ରେନ୍‌
ଏହିସବୁ ସ୍ଥିତି ଉପରେ ଆମେରିକା ପୂରା ନଜର ରଖିଛି । ଆସନ୍ତା ୨୫ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୋଲାଣ୍ଡ ଗ୍ରସ୍ଥ କରିବେ । ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ସେ ଦ୍ୱିପାକ୍ଷିକ ଆଲୋଚନା କରିବେ ।

Launching Ceremony of “AYUSHMAN BHARAT

Comments are closed.