କିଭ୍: ଏପ୍ରିଲ ୦୭: ଜାତି ସଂଘ ଓ ଅନ୍ୟାନ୍ୟ ରାଷ୍ଟ୍ରର ବହୁ ନିନ୍ଦା ପରେ ଋଷ ୟୁକ୍ରେନର ରାଜଧାନୀ କିଭ୍ରୁ ନିଜ ସୈନ୍ୟ ପ୍ରତ୍ୟାହାର କରିଛି । ହେଲେ ମନରେ ୟକ୍ରେନକୁ ହରାଇବାର ଆଶା ମଉଳାଇନି । ଋଷ ଏବେ ପୁଣି ପୂର୍ବ ୟୁକ୍ରେନ୍ ଅଞ୍ଚଳ ଉପରେ ନଜର ପକାଇଛି । ଗତକାଲିଠାରୁ ଋଷ ସେଠାରେ ଅତର୍କିତ ଆକ୍ରମଣ କରିଚାଲିଛି । ଅନ୍ୟପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଏନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଛନ୍ତି ।
ସୂଚନା ଅନୁସାରେ, କିବ୍ ଏବଂ ଚେର୍ନିହିବରୁ ସେନ୍ୟ ପ୍ରତ୍ୟାହାର କରିବା କିଛି ଘଣ୍ଟା ପରେ ରୁଷ୍ ପୂର୍ବ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ସେଠାରେ ଗତକାଲିଠାରୁ ଋଷ ୫୦ରୁ ଅଧିକ ସ୍ଥାନରେ ଏକା ସମୟରେ ଆକ୍ରମଣ କରିଛି । ଏନେଇ ଆଜି ୟୁକ୍ରେନ୍ ଉପ-ପ୍ରଧାନମନ୍ତ୍ରୀ ଇରିନା ଭେରେସ୍ତୁକ ଲୋକଙ୍କୁ ନିଜ ସ୍ଥାନ ଛାଡ଼ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ହେବା ପାଇଁ ସତର୍କ କରାଇଛନ୍ତି ।
ସେ କହିଛନ୍ତି, ଜନସାଧାରଣ ଯଥାଶୀଘ୍ର ନିଜ ନିଜ ସ୍ଥାନ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଯିବା ଆବଶ୍ୟକ । ଯଦି ଲୋକମାନେ ପୂର୍ବ ୟୁକ୍ରେନ୍ ନ ଛାଡ଼ନ୍ତି ତେବେ ସେମାନଙ୍କୁ ଆଗକୁ ଗୁଳିଗୋଳାର ଶିକାର ହେବାକୁ ପଡ଼ିବ ।
ଅନ୍ୟପକ୍ଷରେ ଖାରକିଭ, ଡୋନେସ୍କ ଏବଂ ଲୁହାଂସ୍କରେ ଥିବା ୟୁକ୍ରେନ ସୈନିକମାନେ ଲୋକଙ୍କୁ ତୁରନ୍ତ ପଳାୟନ ପାଇଁ ସହଯୋଗ କରୁଛନ୍ତି । ଡୋନେସ୍କ ଏବଂ ଲୁହାଂସ୍କକୁ ରୁଷ୍ ପୂର୍ବରୁ ସ୍ୱାଧୀନ ଅଞ୍ଚଳ ଘୋଷଣା କରିଛି ।
ଲୁହାଂସ୍କ ଗଭର୍ଣ୍ଣର କହିଛନ୍ତି, ରୁଷ୍ ରୁବିଜନେ ସହରର ୬୦ ପ୍ରତିଶତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ସାରିଛି । ସେହିପରି ଡୋନେସ୍କର ଭୁଲେଦାର ସହରରେ ଏକ ଗଣ ସହାୟତା ବଣ୍ଟନ କେନ୍ଦ୍ର ଉପରେ ରୁଷ ଗୋଳାମାଡ଼ କରିଛି । ଯେଉଁଥିରେ, ୨ ଜଣଙ୍କ ମୃତୁ୍ୟ ହେବା ସହିତ ୫ ଜଣ ଆହତ ହୋଇଛନ୍ତି । ଲୁହାଂସ୍କର ସିଭିରୋଡୋନେସ୍କ ସହରରେ ୧୦ଟି ବିଶାଳ କୋଠାରେ ନିଆଁ ଲାଗିଯାଇଛି ।

Comments are closed.