ଯୁଦ୍ଧ ପାଇଁ ଦେଖାଯାଇପାରେ ଖାଦ୍ୟ ସଙ୍କଟ: ମିଳିତ ଜାତିସଂଘର ଚେତାବନୀ

ନୂଆଦିଲ୍ଲୀ : ମାର୍ଚ୍ଚ ୧୫: ଋଷ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ସାରା ବିଶ୍ୱକୁ ଭୋଗୀବାକୁ ପଡ଼ିବ । ବିଶେଷ କରି ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡିକ ଅଧିକ ପ୍ରଭାବିତ ହେବେ । ଏନେଇ ମିଳିତ ଜାତିସଂଘ ଚେତାବନୀ ଦେଇଛି । ଋଷ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ତେଜିବାରେ ଲାଗିଛି । ବାରମ୍ବାର ବୈଠକ ପରେ ବି କୌଣସି ସୁଫଳ ଦେଖିବାକୁ ମିଳିନି । ତେଣୁ ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା ସ୍ପଷ୍ଟ ହେଉନାହିଁ । ଯୁଦ୍ଧ ପାଇଁ ଉଭୟ ଦେଶରେ କୃଷିକାର୍ଯ୍ୟ ସହ ଖାଦ୍ୟ ଶସ୍ୟ ରପ୍ତାନି ବନ୍ଦ ହୋଇଯାଇଛି ।

ଯୁଦ୍ଧ ପାଇଁ ଦେଖାଯାଇପାରେ ଖାଦ୍ୟ ସଙ୍କଟ: ମିଳିତ ଜାତିସଂଘର ଚେତାବନୀ

ଫଳରେ ସମଗ୍ର ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ଶକ୍ତ ଧMା ଲାଗିବାକୁ ଯାଉଥିବା କୃଷି ସଂଗଠନର ମହା ନିର୍ଦ୍ଦେଶକ ଆକଳନ କରିଛନ୍ତି । ଉତ୍ତର ଆଫ୍ରିକା, ଏସିଆ ଏବଂ ମଧ୍ୟପ୍ରାଚ୍ୟର ଗରିବ ରାଷ୍ଟ୍ର ଗୁଡିକ ଅଧିକ ମାତ୍ରାରେ ଗହମ ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ସେଠାରେ ସମସ୍ୟା ଦେଖାଦେବା ଆଶଂକା କରାଯାଉଛି । କାରଣ ଏହି ଦେଶଗୁଡିକ ଋଷ ଏବଂ ୟୁକ୍ରେନରୁ ଅଧିକ ପରିମାଣରେ ଗହମ କିଣିଥାନ୍ତି । ଯୁଦ୍ଧ ଯୋଗୁଁ ଯୋଗାଣ ବ୍ୟାହତ ହେବା ଫଳରେ ଏହି ରାଷ୍ଟ୍ରଗୁଡିକ ଉତ୍କଟ ଖାଦ୍ୟ ସଙ୍କଟ ଆଡକୁ ଗତି କରିବେ ବୋଲି ଚେତାଇ ଦେଇଛି ଜାତିସଂଘ ।

ଯୁଦ୍ଧ ପାଇଁ ଦେଖାଯାଇପାରେ ଖାଦ୍ୟ ସଙ୍କଟ: ମିଳିତ ଜାତିସଂଘର ଚେତାବନୀ

ସେପଟେ ଋଷ-ୟୁକ୍ରେନ୍‌ ଉପରେ ନିର୍ଭରଶୀଳ ଥିବା ରାଷ୍ଟ୍ରଗୁଡିକ ଭାରତକୁ ବିକଳ୍ପ ଭାବେ ନେଇପାରନ୍ତି । ଯୁଦ୍ଧ ଯୋଗୁଁ ଗହମ ତଥା ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ବଜାରରେ ଦେଖାଦେଇଥିବା ଶୂନ୍ୟସ୍ଥାନକୁ ଭାରତ ପୂରଣ କରିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଯୁଦ୍ଧ ପରଠାରୁ ଭାରତରେ ଗହମ ରପ୍ତାନି ଅଧିକ ମାତ୍ରାରେ ବୃଦ୍ଧି ପାଇଥିବା ସୂତ୍ରରୁ ଜଣାପଡିଛି ।

ଯୁଦ୍ଧ ପାଇଁ ଦେଖାଯାଇପାରେ ଖାଦ୍ୟ ସଙ୍କଟ: ମିଳିତ ଜାତିସଂଘର ଚେତାବନୀ

କେବଳ ଗହମ କାହିଁକି, ମକା ଏବଂ ସୂର୍ଯ୍ୟମୁଖୀ ଯୋଗାଣରେ ୟୁକ୍ରେନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଶ୍ୱରେ ମୋଟ ସୂର୍ଯ୍ୟମୁଖୀ ତେଲ ରପ୍ତାନୀରେ ୟୁକ୍ରେନ୍‌ ଏବଂ ଋଷର ମିଳିତ ଯୋଗଦାନ ୫୨ ପ୍ରତିଶତ ରହିଛି । ରପ୍ତାନୀରେ ଉଭୟ ଦେଶର ଯୋଗଦାନ ୧୯ ପ୍ରତିଶତ, ଗହମ ରପ୍ତାନିରେ ୧୪ ପ୍ରତିଶତ ଏବଂ ମକା ରପ୍ତାନିରେ ୪ପ୍ରତିଶତ ରହିଛି ।
ଯୁଦ୍ଧ ପାଇଁ ଦେଖାଯାଇପାରେ ଖାଦ୍ୟ ସଙ୍କଟ: ମିଳିତ ଜାତିସଂଘର ଚେତାବନୀ

ଇଜିପଫ, ତୁର୍କୀ, ବାଂଲାଦେଶ ଏବଂ ଇରାନ ଆଦି ଦେଶଗୁଡିକ ଋଷ ଏବଂ ୟୁକ୍ରେନରୁ ୬୦ ପ୍ରତିଶତ ଗହମ କିଣିଥାନ୍ତି । ଲୋବାନନ୍‌, ଟୁ୍ୟନିସିଆ, ୟେମେନ୍‌, ଲିବ୍ୟା ଏବଂ ପାକିସ୍ତାନ ମଧ୍ୟ ଗହମ ପାଇଁ ଋଷ-ୟୁକ୍ରେନ ଉପରେ ନିର୍ଭରଶୀଳ । ତେଣୁ ଏଭଳି ସ୍ଥିତିରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଛି ବୋଲି ଏଫଏଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକାଶ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.