‘ଗୁଗଲ ଆର୍ଥ’ ଧରାଇଲା ୫୦୦ ଚୋରି ସାଇକେଲ

ଅକ୍‌ସଫୋର୍ଡ: ବ୍ରିଟେନରେ ଜଣେ ବ୍ୟକ୍ତିଙ୍କ ଗାର୍ଡେନ ଚୋରି ସାଇକେଲରେ ଭର୍ତ୍ତି ହୋଇଥିଲା । ପୋଲିସ ମଧ୍ୟ ଦୀର୍ଘଦିନରୁ ସେହି ସମସ୍ତ ଚୋରି ସାଇକେଲର ସନ୍ଧାନ କରିବାରେ ଲାଗିଥିଲେ ସୁଦ୍ଧା ବିଫଳ ହୋଇଥିଲା, କି;ୁ ଗୁଗୁଲ ଯୋଗୁଁ ସେସବୁ ଧରାପଡ଼ିଛି । ଗୁଗୁଲ୍‌ ଅର୍ଥରେ ଉକ୍ତ ବ୍ୟକ୍ତିଙ୍କ ଘରର ସମ୍ପୂର୍ଣ୍ଣ ନକ୍ସା ପୋଲିସ ପାଇବା ପରେ ଉକ୍ତ ବ୍ୟକ୍ତିଙ୍କ ଅସଲ କାରନାମା ପଦାକୁ ଆସିଛି । ସୂଚନା ଅନୁଯାୟୀ ଓକ୍ସଫୋର୍ଡରେ ରହୁଥିବା ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

‘ଗୁଗଲ ଆର୍ଥ’ ଧରାଇଲା ୫୦୦ ଚୋରି ସାଇକେଲ
ପୋଲିସ ଗିରଫ ବ୍ୟକ୍ତିଙ୍କ ଗାର୍ଡେନରୁ ଗୁଗଲ ଅର୍ଥ ଜରିଆରେ ୫୦୦ରୁ ଅଧିକ ସାଇକେଲ ଜବତ କରିଛି । ତେବେ ପୋଲିସ ଗୁଗୁଲ ଅର୍ଥରେ ଦେଖିବାକୁ ପାଇଥିଲା ଯେ ଜଣେ ବ୍ୟକ୍ତିଙ୍କ ପଛ ଗାର୍ଡେନରେ ଅନେକ ସାଇକେଲ ଗଦା ହୋଇ ରହିଛି । ତେବେ ପୋଲିସକୁ ଏହି ଫଟୋ ଦେଖି ଆଶଙ୍କା ହେବା ପରେ ଅଧିକ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସତ ସାମ୍ନାକୁ ଆସିଥିଲା ।

ପଡ଼ୋଶୀଙ୍କ କହିବା ଅନୁଯାୟୀ ଏତେଗୁଡ଼ିଏ ସାଇକେଲ ସମ୍ପର୍କରେ ଗିରଫ ବ୍ୟକ୍ତି ଜଣଙ୍କ ସବୁବେଳେ କୁହନ୍ତି ଯେ ଏହି ସାଇକେଲଗୁଡ଼ିକୁ ସେ ଆଫ୍ରିକାର ଅଭାବୀ ପିଲାଙ୍କ ପାଇଁ ସଂଗ୍ରହ କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.