ମୁହାଁମୁହିଁ ଧକ୍କା ହେଲା ଦୁଇଟି ଟ୍ରେନ ଅନେକ ଯାତ୍ରୀ ଆହତ

ସମୟଲାଇଭ,୧୧/୧୧: ବିପରିତ ଦିଗରୁ ଆସୁଥିବା ଦୁଇଟି ଟ୍ରେନର ଧକ୍କା ହୋଇଛି। ଆଜି ତେଲେଙ୍ଗାନାର କଚେଗୁଡା ଷ୍ଟେସନଠରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାଟି ଏମଏମଟିଏସ୍ ଏବଂ ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଜଣାଯାଇଛି ଦୁର୍ଘଟଣା ଫଳରେ ପାଖାପାଖି ୧୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ମାନଙ୍କୁ ଚିକିତ୍ସା ନିମନ୍ତେ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାଉଥ ସେଣ୍ଟ୍ରାଲ ରେଳ ଅଧିକାରୀ । ତେବେ କେଉଁ କାରଣରୁ ଏଭଳି ଏକ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଳ ଅଧିକାରୀ।

Launching Ceremony of “AYUSHMAN BHARAT

Comments are closed.