ନାଗପୁର ଟି-୨୦ରେ ଚହରଙ୍କ ବିଶ୍ୱ କିର୍ତ୍ତୀମାନ, ଭାଙ୍ଗିଲେ ମେଣ୍ଡିସଙ୍କ ରେକର୍ଡ

ସମୟଲାଇଭ,୧୧/୧୧: ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ଚିତାକର୍ଷକ ଜିତିବା ସହ ଅନେକ ରେକର୍ଡ ନିଜ ନାଁରେ କରିଛି। ତିନିମ୍ୟାଚ ବିଶିଷ୍ଟ ଏହୀ ସିରିଜ୍‍ କୁ ୨-୧ ରେ ବିଜୟ ହୋଇଛି ଭାରତ। ଏଥିସହ ଭାରତର ଯୁବ ପେସ୍‌ ବୋଲର ଦୀପକ ଚହର ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ୍‌ଙ୍କ ନାମରେ ୭ବର୍ଷ ହେଲା ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି । ଚହର ୭ ରନ୍‌ ପ୍ରଦାନ କରି ୬ଟି ୱିକେଟ୍‌ ନେଇଥିଲେ ଯେଉଁଥିରେ ଗୋଟିଏ ହ୍ୟାଟ୍ରିକ୍‌ ମଧ୍ୟ ସାମିଲ ଥିଲା । ଚହର ଭାରତର ପ୍ରଥମ ବୋଲର ଭାବେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ନେବାରେ ରେକର୍ଡ ନିଜ ନାଁରେ କରିଛିନ୍ତି।

 

Comments are closed.