ମହାରାଷ୍ଟ୍ରରେ ସରକାର ଗଢିବାକୁ ଆଉ ମାତ୍ର ଦୁଇ ଦିନ ବାକି

ସମୟ ଲାଇଭ,୬/୧୧: ମହାରାଷ୍ଟ୍ରରେ ନିର୍ବାଚନ ସରିଲା ଫଳବି ବାହାରିଲା କିନ୍ତୁ ସରକାର ଗଠନ ହେଇପାରୁନି। ବିଜେପି ଓ ଶିବସେନା ମଧ୍ୟରେ ଅଙ୍କ ଛିଡୁନଥିବା ବେଳେ ଉଭୟ ନିଜ ଜିଦରେ ଅଟଳ। ସଂଖ୍ୟା ଗରିଷ୍ଠତା ନଥିବା ହେତୁ ଦୁଇ ଦଳ ସରକାର ଗଢିବା ପାଇଁ ମଧ୍ୟ ଅଲଗା ଦଳ ସହ କଟବନ୍ଧନ କରିବାକୁ ବି ପଛାଇ ନାହାନ୍ତି। ଅନ୍ୟପଟେ ମହାରାଷ୍ଟ୍ରର ଚଳିତ ବିଧାନସଭାର କାର୍ୟ୍ୟକାଳ ନଭେମ୍ବର ୮ରେ ଶେଷ ହୋଇଯିବ। ସରକାର ଗଢିବାକୁ ହାତରେ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ଉଭୟ ବିଜେପି ଓ ଶିବସେନା ଏଯାଏଁ ଆଲୋଚନା ହୋଇ ନଥିବା ଜଣାପଡିଛି। ବିଜେପି କୋର କମିଟି ମୁଖ୍ୟମନ୍ତ୍ରୀ ନିବାସରେ ବୈଠକ ପରେ ପାର୍ଟିର ରାଜ୍ୟ ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ବିଜେପି-ଶିବସେନା ମେଣ୍ଟ ସରକାର ଖୁବ ଶୀଘ୍ର ଗଠନ ହେବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ବିଜେପି ସମସ୍ତଙ୍କୁ ସାଥୀରେ ନେଇ ଚାଲିବ ଓ ସରକାର ଗଢ଼ିବ। ଆମେ ଆଲୋଚନାକୁ କେବେ ମନା କରିନାହୁଁ । ଆଲୋଚନାକୁ ଶିବସେନା ବନ୍ଦ କରିଛି ।

Govt

Comments are closed.