ଆଫଗାନିସ୍ତାନରେ ତାଲିବାନ କବ୍ଜା ପରେ ଦେଶ ଏକ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏହାସହ ଅଧିକାଂଶ ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଏପରିକି ବଡ଼ ତଥା ପ୍ରତିଷ୍ଠିତ ପଦବୀରେ ଥିବା ବ୍ୟକ୍ତିମାନଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇଯାଇଛି । ଏହାର ସତ୍ୟତମ ଉଦାହରଣ ହେଉଛି ଭାଇରାଲ ହେଉଥିବା ଜଣେ ସାମ୍ବାଦିକଙ୍କ ଫଟୋ । ବଡ଼ ବଡ଼ ମିଡିଆ ଚ୍ୟାନେଲରେ ଆଙ୍କର ଏବଂ ରିପୋର୍ଟର ଭାବେ କାମ କରୁଥିବା ସାମ୍ବାଦିକ ମୁସା ମୋହମ୍ମଦି ଏବେ ରାସ୍ତାକଡ଼ରେ ଖାଦ୍ୟପେୟର ସାମଗ୍ରୀ ବିକ୍ରି କରୁଛନ୍ତି ।
ହମିଦ କରଜଇ ସରକାରଙ୍କ ସହ କାମ କରିଥିବା କବୀର ହକମଲ ସାମ୍ବାଦିକ ମୁସାଙ୍କ ଫଟୋକୁ ଟ୍ୱିଟ କରିଛନ୍ତି । କବୀର ତାଙ୍କ ଟ୍ୱିଟ୍ରେ କହିଛନ୍ତି ଯେ ଆଫଗାନିସ୍ତାନରେ ମୁସା ଦୀର୍ଘ ବର୍ଷ ଧରି ଗଣମାଧ୍ୟମରେ କାମ କରିଛନ୍ତି, କିନ୍ତୁ ଆଜି ତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଛି । ନିଜ ପରିବାର ଏବଂ ପେଟପୋଷିବା ପାଇଁ ରାସ୍ତାକଡ଼ରେ ଖାଇବା ବିକ୍ରି କରୁଛନ୍ତି । କବୀର ହକମଲ ୧୫ଜୁନରେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲ୍ରେ ମୁସାଙ୍କ କାହାଣୀ ସେୟାର କରିଥିଲେ, ଯାହାପରେ କେତେକ ଲୋକ ଏହାକୁ ରିଟ୍ୱିଟ୍ କରିଛନ୍ତି ଏବଂ ନିଜ ପ୍ରତିକ୍ରିୟା ରଖୁଛନ୍ତି ।
ଏଥିସହ ମୁସାଙ୍କ ଭାଇରାଲ କାହାଣୀ ରେଡିଓ-ଟେଲିଭିଜନର ନିର୍ଦ୍ଦେଶକ ଜେନରାଲ ଅହମଦୁଲ୍ଲା ୱାସିକଙ୍କ ଧ୍ୟାନ ଆକର୍ଷିତ କରିଛି । ସେ ମୁସାଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ୃତି ଦେଇଛନ୍ତି । ଏଥିସହ କବୀରଙ୍କ ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ ଅଧୀନରେ ଥିବା ଆଫଗାନିସ୍ତାନର ଅଧାରୁ ଅଧିକ ଜନସଂଖ୍ୟା ଏବେ ଗୋଟିଏ ବକ୍ତ ଖାଇବା ପାଇଁ ଭୋକରେ ଆଉଟପାଉଟ ହେଉଛନ୍ତି । ସ୍ଥିତି ଏତେ ସାଂଘାତିକ ହେଲା ଯେ କେତେକ ବିଶିଷ୍ଟ ବ୍ୟକ୍ତି ଭିକ ମାଗୁଛନ୍ତି । କିଛି ମାସ ପୂର୍ବେ ମିଳିତ ଜାତିସଂଘର ୱାଲïର୍ ଫୁଡ୍ ପ୍ରୋଗାମ ଆଫିଗାନସ୍ତାନରେ ଅନାହାର ଆରମ୍ଭ ହୋଇଯାଇଥିବା ଚେତାବନୀ ଦେଇଥିଲା ।

Comments are closed.