ସୁନାମି

0

ସୁନାମି କହିଲେ ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହା ବନ୍ୟା,ବାତ୍ୟା ଭଳି ଅନେକ କ୍ଷୟକ୍ଷତି କରିଥାଏ । ତେବେ ଯେତେବେଳେ ବଡ ଧରଣର ଭୂକମ୍ପ ସୃଷ୍ଟି ହୋଇଥାଏ ଏବଂ ଏହାର କେନ୍ଦ୍ରୀୟସ୍ଥଳୀ ଯଦି ସମୁଦ୍ର ଭିତରେ ଥାଏ ତେବେ ସୁନାମି ଆସିବାର ଆଶଙ୍କା ରହିଥାଏ । ଏହାକୁ ସାଧାରଣରେ ସମୁଦ୍ରରେ ଆସିଥିବା ବାତ୍ୟ ବୋଲି ମଧ୍ୟ ସମ୍ଭୋଧନ କରିପାରିବା । ଏହାକୁ ଜାପାନୀ ଭାଷାରେ ସୁନାମି ବୋଲି ସମ୍ବୋଧନ କରାଯାଇଥାଏ । ସୁର ଅର୍ଥ ସମୁଦ୍ର ଓ ନାମୀର ଅର୍ଥ ଲହଢି, ଯାହାକୁ ମିଶାଇ ସୁନାମି ଶବ୍ଦଟି ଗଠିତ । ସମଗ୍ରବିଶ୍ବରେ ଜାପାନକୁ ସୁନାମି ପାଇଁ ସବୁଠାରୁ ସମ୍ବେଦନଶୀଳ ସ୍ଥାନଭାବେ ବିବେଚନା କରାଯାଇଥାଏ । ସୁନାମି ସମୟରେ ଆସୁଥିବା ଲହରିର ବେଗ ଘଣ୍ଟା ପ୍ରତି ୪୦୦ କିମି ଓ ଉଚ୍ଚତା ୧୦ରୁ ୧୭ ମିଟର ରହିଥାଏ । ତେବେ ବେଳେବେଳେ ଏଥିରେ ଆହୁରି ପରିବର୍ତ୍ତନ ଘଟି ଅଧିକ ମଧ୍ୟ ହୋଇଥାଏ । ପ୍ରତି ଭୂକମ୍ପରେ ସୁନାମି ଆସି ସେପରି କିଛି ନାହିଁ । ସୁନାମି ସୃଷ୍ଟି ହେବା ପାଇଁ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଭିତରେ କିମ୍ବା ସମୁଦ୍ର ଆଖପାଖରେ ହେବା ଦରକାର । ସେହିଭଳି ସୁନାମିକୁ ନେଇ ଆଗୁଆ ଭବିଷ୍ୟବାଣୀ ହୋଇପାରି ନଥାଏ । ସମୁଦ୍ରର ଯେଉଁ ସ୍ଥାନରେ ପୃଥିବୀର ପ୍ଲେଟ୍ସ ମିଶିଥାଏ ସେଠାରେ ସୁନାମିର ଆଶଙ୍କା ବଢିଥାଏ ।

Leave A Reply

Your email address will not be published.