ଭୁବନେଶ୍ୱର : ଚୋରା ଚାଲାଣ ବେଳେ ରାଜଧାନୀରୁ ଜବତ ହୋଇଛି ଗଞ୍ଜେଇ ଭର୍ତି ଟ୍ରକ । ଖଣ୍ଡଗିରି ନିକଟରେ ଏହି ଟ୍ରକକୁ ଜବତ କରିଛି କମିଶନରେଟ ପୋଲିସ । ଟ୍ରକରେ ଥିବା ଏକ ସିକ୍ରେଟ ଚାମ୍ବର ଭିତରେ ପାଖପାଖି ୫ କ୍ୱିଣ୍ଟାଲ ୨୦ କେଜିର ଗଞ୍ଜେଇ ଭର୍ତି ହୋଇ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି । ଏଥିରୁ ବାସ୍ନା ନବାହାରିବା ପାଇଁ ଟ୍ରକ ଭିତରେ ବିପୁଳ ମାତ୍ରାରେ ଗନ୍ଧ କର୍ପୁର ବିଛା ଯାଇଥିବାର ଦେଖାଯାଇଥିଲା । ଏହି ଗଞ୍ଜେଇ ବୋଝେଇ ଟ୍ରକ ଫୁଲବାଣୀରୁ ହିମାଚଳ ପ୍ରଦେଶ ଯାଉଥିଲା ବୋଲି ସୂଚନା ମିଳିଛି । ଚୋରାଚାଲାଣ ବେଳେ ପୁଲିସ ଗଞ୍ଜେଇକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Comments are closed.