ମାନିଲା: ଏପ୍ରିଲ ୧୫: ଲଗାତାର ୬ ଦିନ ହେବ ଉଷ୍ମମଣ୍ଡଳୀୟ ବାତ୍ୟା ‘ମେଗି’ ଫିଲିଫାଇନ୍ସରେ ତାଣ୍ଡବର ଲୀଳା ରଚୁଛି । ଏତେ ଦିନ ଧରି ଲଗାତାର ବର୍ଷା ସାଙ୍ଗଙ୍କୁ ବିଭିନ୍ନ ସ୍ଥାନରେ ପାଣି ଭରିଯିବା କାରଣରୁ ସେଠାରେ ଭୂÕଳନ ଦେଖାଯାଇଛି । ଏଥିରେ ବିଭିନ୍ନ ସ୍ଥାନରୁ ୧୩୮ ଜଣଙ୍କର ମୃତୁ୍ୟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ।
ଲେଇଟେ ରାଜ୍ୟରେ ସର୍ବାଧିକ ୧୩୨ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।
ବାଏବାଏ ନଗରୀ ସରକାର ଦେଇଥିବା ରିପୋର୍ଟରେ ଅନୁସାରେ, କେତେକ ଗ୍ରାମ ଓ ନଗରୀରେ ହୋଇଥିବା ଭୂÕଳନରୁ ଏପର୍ଯ୍ୟନ୍ତ ୧୦୧ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଲେଇଟେ ପ୍ରଦେଶର ଆବାୟଗ୍ ନଗରୀରୁ ୩୧, ସମର ପ୍ରଦେଶରୁ ୧ଜଣ ଏବଂ ସିବୁ ପ୍ରଦେଶରୁ ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ରବିବାର ପୂର୍ବ ଏସୀୟର ପୂର୍ବ -ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିଝଡ଼ ଅତିକ୍ରମ କରିଥିଲା । ଏହାର କାରଣରୁ ଫିଲିଫାଇନ୍ସରେ ଘଣ୍ଟା ପ୍ରତି ୬୫ କିଲୋମିଟରରେ ପବନ ଅତିବାହିତ ହୋଇଥିଲା ।
ଏଥିରେ ଘରର ଛାତ, ବିଦୁ୍ୟତ ଖୁଣ୍ଟ, ଗାଡ଼ି ଆଦି ପବନରେ ଉଡ଼ିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତାଘାଟ ଓ ଘର ମଧ୍ୟରେ ପାଣି ପସିଯାଇଥିଲା । ଫଳରେ ଲୋକ ଉଚ୍ଚ ସ୍ଥାନକୁ ପଳାଇଥିଲେ । ଅନ୍ୟପକ୍ଷରେ କେତେକେ ଲୋକ ଘର ମଧ୍ୟ ଫସି ଯାଇଥିଲେ । ଝଡ଼ ‘ମେଗି’ ଚଳିତ ବର୍ଷର ପ୍ରଥମ ଝଡ଼ ରୂପେ ଫିଲିଫାଇନ୍ସରେ ଧକା ହୋଇଛି । ଆକଳନ ଅନୁଯାୟର, ବର୍ଷକୁ ପ୍ରାୟ ୨୦ଟି ଝଡ଼ ଫିଲିଫାଇନ୍ସ ଦୀପପୁଞ୍ଜରେ ଦେଖାଯାଏ ।

Comments are closed.