ଆଜିଠୁ ନବ ନିର୍ବାଚନ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ଆଜିଠୁ ଦୁଇ ଦିନ ଧରି ଆରମ୍ଭ ହେଲା ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍‌ଘାଟନ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଦିନ ପାଇଁ ଚାଲିବ।

ନବ ନିର୍ବାଚିତ ବିଧାୟକଙ୍କ ସହିତ, ବରିଷ୍ଠ ବିଧାୟକ ଏବଂ ଅଭିଜ୍ଞ ନେତାବୃନ୍ଦଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଯେଉଁଥିରେ ନୂଆ ବିଧାୟକ ମାନେ ଗୃହ ପ୍ରଶ୍ନକାଳ ସମୟର ନିୟମ ଏବଂ ଲୋକ ପ୍ରତିନିଧି ଭାବେ ସେମାନଙ୍କ ଦାୟିତ୍ୱ ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଟ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଅବଗତ ହେବେ । ପ୍ରଶିକ୍ଷଣ ଶିବିରରେ ନବ ନିର୍ବାଚିତ ବିଧାୟକଙ୍କୁ ପାଠ ପଢ଼ାଇବେ ଅଭିଜ୍ଞ, ବରିଷ୍ଠ ବିଧାୟକ ଓ ମନ୍ତ୍ରୀ ।

ସୂଚନାନୁସାରେ,ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ। ବିଜେପିରୁ ସର୍ବାଧିକ ୫୪ ଜଣ ଥିବା ବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମକୁ ଆସିବାକୁ ବିଜେଡିର ଦୁଇଜଣ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି।

Govt

Comments are closed.