ମହାରାଷ୍ଟ୍ରରେ ଟ୍ରେନ ଦୁର୍ଘଟଣା:୧୦ ମୃତ, ଅନେକ ଆହତ

ମୁମ୍ବାଇ:ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି।ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍‌।ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍‌। ଟ୍ରେନ୍‌ରେ ନିଆଁ ଲାଗିବା ଗୁଜବ ପରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଭୟରେ ଟ୍ରେନରୁ ତଳକୁ ଡେଇଁ ପଡିଛନ୍ତି ଯାତ୍ରୀ । ଦ୍ୱିତୀୟ ଟ୍ରାକରେ ଆସୁଥିବା ଟ୍ରେନ ଯାତ୍ରୀଙ୍କ ଉପରେ ମାଡିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଜଳଗାଁଓ ଠାରୁ ୨୦ କିଲୋମିଟର ଦୂରରେ ଘଟିଛି । ଖବର ପାଇ ଜିଲା ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Govt

Comments are closed.