୨୪ ଘଣ୍ଟାରେ ରାଜ୍ୟରେ ୬୦୯ ସଂକ୍ରମିତ ଓ ୭୬୩ ସୁସ୍ଥ

ଭୁବନେଶ୍ୱର: ସେପ୍‌ଟେମ୍ବର ୬ : ଆଜି ରାଜ୍ୟରେ ନୂତନ ୬୫, ୨୬୮ ସ୍ୱାବ ଟେଷ୍ଟ ମଧ୍ୟରୁ ୬୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୨ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୫୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୨ ହଜାର ୧୬୭ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୭୬୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୯ ଲକ୍ଷ ୯୭ ହଜାର ୬୩ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬, ୯୯୬ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୮,୦୫୫ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ବୌଦ୍ଧ, ନୂଆପଡ଼ା, କନ୍ଧମଳ ଓ ନୂଆପଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୨, ବାଲେଶ୍ୱରରୁ ୩୧, ବରଗଡ଼ରୁ ୯, ଭଦ୍ରକରୁ ୧୮ , ବଲାଙ୍ଗୀରରୁ ୪, କଟକରୁ ୧୧୩, ଦେଓଗଡ଼ରୁ ୪, ଢ଼େଙ୍କାନାଳରୁ ୮, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୮, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୨୧, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୨୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟ ପୁଲରୁ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.