ଦେଶରେ ଆଜି ବଢ଼ିଛି କରୋନା ସୁସ୍ଥତା, ୨୪ ଘଣ୍ଟାରେ ୪୩,୯୦୩ ସୁସ୍ଥ

0

ଦିଲ୍ଲୀ: ସେପ୍‌ଟେମ୍ବର ୬ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮, ୯୪୮ ରହିଥିଲା ବେଳେ ୪୩, ୯୦୩ ସୁସ୍ଥ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ୮୭୪ ରହିଛି । ସେହିପରି ସୁସ୍ଥତା ହାର ୯୭.୪୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୧ ଲକ୍ଷ ୮୧ ହଜାର ୯୯୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୨୧୯ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ ୪ ଲକ୍ଷ ୪୦ ହଜାର ୭୫୨ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୫୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୭୬ ପ୍ରତିଶତ ରହିଛି । ଦେଶରେ ମୋଟ ୬୮ କୋଟି ୭୫ ଲକ୍ଷ ୪୧ ହଜାର ୭୬୨ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.