ବଢ଼ୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୨୨, ୪୩୧ ସଂକ୍ରମିତ

ଦିଲ୍ଲୀ: ଅକ୍‌ଟୋବର ୦୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨, ୪୩୧ ରହିଛି । କେରଳରେ ସର୍ବାଧିକ ୧୨, ୬୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୩୮ ଲକ୍ଷ ୯୪ ହଜାର ୩୧୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୪, ୬୦୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୯୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୩୨,୦୦,୨୫୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୧୯୮ ରହିଛି ।

ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୩୧୮ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୪୯ ହଜାର ୮୫୬ ଜଣ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୬୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୫୭ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୯୨.୬୩ କୋଟିରୁ ଅଧିକ କରୋନା ଟୀକା ନେଇ ସାରିଲେଣି ।

Govt

Comments are closed.