ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍‌ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ବିଶ୍ୱକର୍ମା ପୂଜା ସହ ଆଜି ବାମନ ଜନ୍ମ, ପାଶ୍ୱର୍ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି । ଏହାସିହତ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥଙ୍କର ପାଶ୍ୱର୍ ପରିବର୍ତ୍ତନ ନୀତି ସହ ୨ଟି ବଡ଼ସିଂହାର ବେଶ ହେବ ।
ସୂଚନା ଥାଉ ଯେ, ଗତ ୮ ତାରିଖ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ନିମନ୍ତେ ନୂତନ ଏସ୍‌ଓପି ନିୟମ ଜାରି କରାଯାଇଥିଲା । ନୂତନ ଏସ୍‌ଓପି ଅନୁସାରେ, କେବଳ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ଦିନ ମନ୍ଦିରକୁ ସାନିଟରାଇଜ୍‌ କରାଯିବ । ଏହାସହିତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସମୟ ସୀମା ସକାଳ ୭ଟାରୁ ରାତ୍ରି ୯ଟା ଯାଏଁ ବୃଦ୍ଧି କରାଯାଇଥିଲା । ଭକ୍ତମାନେ ଆନନ୍ଦବଜାରରେ ବସି ଆନନ୍ଦ ମନରେ ପ୍ରଭୂଙ୍କ ମହାପ୍ରସାଦ ସେବନ କରିପାରିବାର ନିୟମ ରହିଛି । ଭକ୍ତମାନେ ନିଜ ଇଚ୍ଛା ଅନୁସାରେ ପ୍ରଭୂଙ୍କ ପାଇଁ ଫୁଲ, ଦୀପ ଓ ଧୂପ ଆଦି ପୂଜା ସାମଗ୍ରୀ ନେଇପାରିବେ । ଏହାସହିତ ଦର୍ଶନ କରିବାର ସମୟ ସୀମା ବୃଦ୍ଧି ମଧ୍ୟ କରାଯାଇଥିଲା ।

Comments are closed.