ଆଜି ପବିତ୍ର ଶ୍ରୀରାମ ନବମୀ,ଶ୍ରୀ ମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ରାମ ଜନ୍ମ ନୀତି

ଆଜି ପବିତ୍ର ଶ୍ରୀରାମ ନବମୀ । ଚୈତ୍ର ମାସ ଶୁକ୍ଳ ନବମୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଜନ୍ମ ନେଇଥିଲେ । ଏହି ଦିନକୁ ସାରା ଦେଶରେ ରାମ ନବମୀ ଭାବରେ ପାଳନ କରାଯାଏ I ଆଜି ରାମ ନାମରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ରାମ ନବମୀ ପାଇଁ ସଜେଇ ହୋଇଛି ଭୁବନେଶ୍ୱର ୟୁନିଟ-୩ ରାମ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିର ।

ସେହିଭଳି ପୁରୀ ଶ୍ରୀ ମନ୍ଦିରରେ ପାଳନ କରାଯିବ ସ୍ୱତନ୍ତ୍ର ରାମ ଜନ୍ମ ନୀତି Iମଧ୍ୟାହ୍ନଧୂପ ଛେକ ପ୍ରବେଶ ପରେ ପରେ ଏହି ନୀତି ପାଳନ କରାଯିବ। ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଜନ୍ମ ନୀତି ସଂପାଦନ କରାଯିବ। ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ରାମ ଜନ୍ମ ନୀତି ପାଇଁ ଆଜି ୩ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମ ନୀତି ଶେଷ ପରେ ରାତି ୮ଟା ପରେ ପୁନର୍ବାର ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିପରି ଆଜିଠାରୁ ପୁରୀ ରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡ଼ିଛି।

ଅନ୍ୟପକ୍ଷେ, ପବିତ୍ର ରାମ ନବମୀରେ ପ୍ରଭୁ ରାମଚନ୍ଦ୍ରଙ୍କୁ ବାଲୁକା କଳାରେ ଭକ୍ତିପୂତ ନୈବେଦ୍ୟ ଅର୍ପଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲିରେ ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ବିଗ୍ରହ ନିର୍ମାଣ କରିଛନ୍ତି। ଏହାସହ ଅଯୋଧ୍ୟାରେ ନିର୍ମାଣାଧିନ ଭବ୍ୟ ଦିବ୍ୟ ରାମ ମନ୍ଦିରର ଏକ ପ୍ରତିକୃତି ମଧ୍ୟ ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ। ବାଲି ନିର୍ମିତ ଶ୍ରୀରାମଙ୍କ ବିଗ୍ରହ ଓ ରାମମନ୍ଦିରର ପ୍ରତିକୃତି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.