ଆଜି ରାମକୃଷ୍ଣ ପରମହଂସଙ୍କ ଜନ୍ମ ଜୟନ୍ତୀ

ଜାଣନ୍ତୁ ସେ କେମିତି ହେଲେ ଗଦାଧର ଚଟ୍ଟୋପାଧ୍ୟାୟରୁ ରାମକୃଷ୍ଣ ପରମହଂ

ଆଜି ଫେବୃଆରୀ ୧୮,୨୦୨୩ ସାରା ଦେଶରେ ପାଳନ ହେଉଛି ମହାଶିବରାତ୍ରି I ପ୍ରକୃତରେ ୧୮ ଫେବୃଆରୀରେ ହେଉଛି ଭାରତର ମହାନ ସାଧୁ ତଥା ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ୧୮୮ ତମ ଜନ୍ମ ବାର୍ଷିକୀ I ସେ ୧୮ ଫେବୃଆରୀ ୧୮୩୬ ମସିହା ରେ ଜନ୍ମଗ୍ରହଣ କରିଥିଲେ। ସେ ପଶ୍ଚିମବଙ୍ଗର କାମରପୁକୁର ଗାଁର ଏକ ବଙ୍ଗୀୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ I ତାଙ୍କର ପିଲାବେଳର ନାଁ ଥିଲା ଗଦାଧର ଚଟ୍ଟୋପାଧ୍ୟାୟ I

ଗଦାଧର ନାମ ପଛରେ ଏକ ଅଲୌକିକ କାହାଣୀ ରହିଛି I କୁହାଯାଏ ଯେ ପିତା ଖୁଦିରାମ ଏବଂ ମାତା ଚନ୍ଦ୍ରମଣି ଦେବୀ ସେମାନଙ୍କର ଚତୁର୍ଥ ସନ୍ତାନର ଜନ୍ମ ପୂର୍ବରୁ ଏକ ଐଶ୍ୱରିକ ଅନୁଭୂତି ପାଇଥିଲେ। ରାମକୃଷ୍ଣଙ୍କ ଜନ୍ମ ପୂର୍ବରୁ ତାଙ୍କ ପିତାଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା କି ଭଗବାନ ଭଗବାନ ବିଷ୍ଣୁଙ୍କ ଅଂଶ ରୂପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେବେ। ଏହା ପରେ ଦିନେ ତାଙ୍କ ମାତା ଚନ୍ଦ୍ରମଣି ଦେବୀ ଶିବ ମନ୍ଦିରରେ ପୂଜା କରୁଥିବା ସମୟରେ ତାଙ୍କ ଗର୍ଭରେ ଐଶ୍ୱରିକ ଦିବ୍ୟ ଆଲୋକ ଅନୁଭବ କରିଥିଲେ। ଏହାପରେ ସେ ଗଦାଧାରୀ କୃଷ୍ଣଙ୍କୁ ସ୍ବପ୍ନ ଦେଖିଥିଳେ I ତେଣୁ ତାଙ୍କ ଜନ୍ମିତ ସନ୍ତାନର ନାଁ ଗଦାଧର ରଖିଥିଲେ I ଗଦାଧର ତାଙ୍କ ପିତାଙ୍କର ସବୁଠାରୁ କନିଷ୍ଠ ସନ୍ତାନ ଥିଲେ I

ତାଙ୍କର ଅନୁ ଦୁଇ ବଡ଼ ଭାଇଙ୍କର ନାଁ ଥିଲା ରାମକୁମାର ଏବଂ ରମେଶ୍ୱର ଏବଂ ଭଉଣୀଙ୍କ ନାମ କାତ୍ୟାୟନୀ ଥିଲା। ବଙ୍ଗଳାର ଏହି ଚଟ୍ଟୋପାଧ୍ୟାୟ ପରିବାର ଭଗବାନ ବିଷ୍ଣୁ ଏବଂ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ହୋଇଥିବାରୁ ଗଦାଧରଙ୍କ ଦୁଇ ବଡ଼ ଭାଇଙ୍କ ନାମ ରାମଙ୍କ ଅନୁସାରେ ରଖାଯାଇଥିଲା । ଯେତେବେଳେ ଗଦାଧରଙ୍କୁ ମାତ୍ର ସାତ ବର୍ଷ ବୟସ ସେ ନିଜ ପିତାଙ୍କୁ ହରାଇଥିଲେ I

ଗଦାଧର ରୁ କିପରି ହେଲେ ରାମକୃଷ୍ଣ

କୁହାଯାଏ ଯେ ରାମକୃଷ୍ଣ ୭ ବର୍ଷ ବୟସରୁ ହିଁ ଆଧ୍ୟାତ୍ମିକ ଅନୁଭୂତି ପାଇଥିଲେ, ଏହି ଆଧ୍ୟାତ୍ମିକ ଅନୁଭବ ହିଁ ତାଙ୍କୁ ଆଗକୁ ସମାଧି ଅବସ୍ଥାକୁ ନେଇ ଯାଉଥିଲା I ସେ ଯେତେବେଳେ ସମାଧି ଅବସ୍ଥାରେ ସ୍ୱୟଂ ଭଗବାନଙ୍କୁ ଦର୍ଶନ ପାଉଥଲେ ବୋଲି କହୁଥିଲେ I ସେହିପରି ଦିନେ ସକାଳେ ବାଳକ ଗଦାଧର ଧାନ କ୍ଷେତର ସଂକୀର୍ଣ୍ଣ ରାସ୍ତାରେ ବୁଲି ବୁଲି ମୁଢି ଖାଉଥିବା ସମୟରେ ଆକାଶରେ କଲା ବାଦଲ ଘୋଟି ଆସିଲା I ଭୀଷଣ ବର୍ଷା ହେବା ଆଶଙ୍କା ଦେଖା ଦେଲା I ସେହି ସମୟରେ ଦେଲେ ଧଳା ସାରସ ପକ୍ଷୀ ମେଘର ବିପରୀତ ଦିଗରେ ଦେନା ଝଡି ଉଡିଗଲେ I ଏହି ସବୁ ଦୃଶ୍ୟକୁ ବାଳକ ଗଦାଧର ଅପଲକ ନୟନରେ ଚାହିଁ ରହିଥାନ୍ତି I କିଛି ସମୟରେ ପରେ ସେ ବେହୋସ ହୋଇ କ୍ଷେତରେ ପଡିଗଲେ I ଏହା ଦେଖି କ୍ଷେତରେ କାମ କରୁଥିବା ଅନ୍ୟ ଲୋକମାନେ ତାଙ୍କୁ ଟେକି ଘରକୁ ନେଇ ଆସିଥିଲେ I କୁହାଯାଏ ସେଇଠାରେ ହିଁ ଗଦାଧର ପ୍ରଥମେ ସମାଧିସ୍ଥ ହୋଇଥିଲେ I ଘରେ ଯେତେବେଳେ ତାଙ୍କୁ ହୋସ ଆସିଥିଲା ସେ ଅନ୍ୟ କୌଣସି ଏକ ଦୁନିଆରେ ଥିବା ପରି ଜଣା ପଡିଥିଲା I ତାଙ୍କ ମୁହଁରୁ ଅନର୍ଗଳ ବେଦ,ସହିତ ମୁହଁରେ ଏକ ପ୍ରକାର ଅଲୌକିକ ଜ୍ୟୋତି ଝଲସି ଉଠୁଥିଲା I

ଶିଶୁ ରାମକୃଷ୍ଣଙ୍କ ଚେତନା ଧୀରେ ଧୀରେ ଆଧ୍ୟାତ୍ମିକତାର ଅସୀମ ମହାସାଗରରେ ବୁଡ଼ିବାକୁ ଲାଗିଲା, ତାଙ୍କ ମନ ଆଧ୍ୟାତ୍ମିକ ଆତ୍ମ ଅଧ୍ୟୟନରେ ନିୟୋଜିତ ହେବାକୁ ଲାଗିଲା | ନଅ ବର୍ଷ ବୟସରେ ତାଙ୍କର ବ୍ରତପୋନୟନ କରାଯାଇଥିଲା। ଏହା ପରେ ସେ ବୈଦିକ ପରମ୍ପରା ଅନୁଯାୟୀ ଧାର୍ମିକ ରୀତିନୀତି ଏବଂ ପୂଜାପାଠ କରିବାକୁ ଯୋଗ୍ୟ ହୋଇଥିଲେ।

ସେହି ସମୟରେ କଲକତାର ରାଣୀ ରାସମଣି ଦେବୀ ହୁଗୁଲି ନଦୀ କୂଳରେ ଦକ୍ଷିଣେଶ୍ୱର କାଳୀ ମନ୍ଦିର (କୋଲକାତାର ବାରାକପୁରରେ) ନିର୍ମାଣ କରିଥିଲେ। ଏହି ମାନିରର ପୂଜକ ଭାବରେ ସେତେବେଳେ ରାମକୃଷ୍ଣକୁ ନିଯୁକ୍ତି ମିଳିଥିଲା I ୧୮୫୬ ମସିହାରେ ରାମକୃଷ୍ଣ ଏହି ମନ୍ଦିରର ମୁଖ୍ୟ ପୁରୋହିତ ଭାବରେ ମା’କାଳୀଙ୍କର ପୂଜାର୍ଚ୍ଚନା କରୁଥିଲେ I ତାଙ୍କ ମନ ସମ୍ପୂର୍ଣ୍ଣ ରୂପେ ମାତା କାଳୀଙ୍କ ପୂଜାରେ ମଗ୍ନ ରହୁଥିଲା ଇ ସେ ମନ୍ଦିର ମଧ୍ୟରେ ଅନେକ ସମୟରେ ଧ୍ୟାନ ରେ ବସୁଥିଲେ I

ତାଙ୍କ ଠାରୁ ୧୭ ଵର୍ଷ ର ସାନ ଝିଅଙ୍କ ସହିତ ହୋଇଥିଲା ବିବାହ

ରାମକୃଷ୍ଣ ଅନେକ ସମୟରେ ମନ୍ଦିର ଭିତରେ ଧ୍ୟାନରେ ବସୁଥିବାରୁ ସେହି ସମୟରେ ଏକ ଗୁଜବ ପ୍ରଚାରିତ ହୋଇଥିଲା କି ତାଙ୍କର ମାନସିକ ସନ୍ତୁଳନ ଖରାପ ହୋଇ ଯାଇଛି ବୋଲି I ତେଣୁ ଏସବୁ ଦେଖି ପରିବାର ଲୋକେ ତାଙ୍କ ବିବାହ କରିଦେବାକୁ ମନସ୍ଥ କଲେ I ସେମାନେ ଭାବିଲେ କି ରାମକୃଷ୍ଣ ପାରିବାରିକ ଜୀବନରେ ବ୍ୟସ୍ତ ରହିଲେ ତାଙ୍କର ମାନସିକ ସ୍ଥିତି ବଦଳି ଯିବ I ଏହା ଭାବି ୧୮୫୯ ମସିହାରେ, ୨୩ ବର୍ଷୀୟ ରାମକୃଷ୍ଣଙ୍କ ସହିତ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ସୁପୁତ୍ରୀ ଶାରଦIମଣି ମୁଖୋପାଧ୍ୟାୟଙ୍କର ବିବାହ କରାଇ ଦେଇଥିଲେ I ସେତେବେଳେ ଶାରଦIମଣିଙ୍କ ବୟସ ମାତ୍ର ୫ -୬ ବର୍ଷ ଥିଲା। ତେବେ ଶାରଦା ମଣି କିଛିଦିନ ପରେ ଆସି ଶାଶୁଘରୁ ଆସି ନିଜ ବାପାଙ୍କ ଘରେ ୧୭ ଵର୍ଷ ପର୍ଯ୍ୟନ୍ତ ରହିଥିଲେ I ଏହି ସମୟରେ ଶାରଦା ମଣିଙ୍କୁ ରାମକୃଷ୍ଣ ଙ୍କ ବିଷୟରେ ବିଭିନ୍ନ ବିଭ୍ରାନ୍ତିକର କଥା ସବୁ ଶୁଣିବାକୁ ପଡୁଥିଲା I କେହି କହୁଥିଲେ ତୁମ ସ୍ୱାମୀ ଜଣେ ପାଗଳ ସେ କେବେ କେବେ ହସୁଥାନ୍ତି ତ କେବେ ପୁଣି ମନକୁ ମନ କଁ ସବୁ ଗପୁଥାନ୍ତି I ଏପରିକି ସେ କାଲି ମନ୍ଦିରରେ ପୂଜା ସମୟରେ ସେ ମା’କାଳୀଙ୍କ ସହିତ ଗପୁଥିବାର କେହି କେହି କହୁଥିଲେ I କିନ୍ତୁ ଏତେସବୁ ଶୁଣିବା ପରେ ମଧ୍ୟ ଶାରଦା ମଣି ତାଙ୍କୁ ନିଜ ସ୍ୱାମୀ ଭାବରେ ଭକ୍ତି କରୁଥିଲେ I ସେ ଜାଣିଥିଲେ ଟ୍ରଙ୍କ ସ୍ୱାମୀ ଜଣେ ସନ୍ୟାସୀ ଅଟନ୍ତି I

ଶାରଦା ଦେବୀଙ୍କୁ ୨୨ ଵର୍ଷ ବୟସ ହୋଇଥିବାବେଳେ, ତାଙ୍କ ପରିବାର ଲୋକ ସେତେବେଳେ ଗଙ୍ଗା ସ୍ନାନ ପାଇଁ କଲକାତା ଆସିଥିଲେ I ସେ ସମାନଙ୍କ ସହିତ ନିଜ ସ୍ୱାମୀଙ୍କୁ ଦେଖିବାପାଇଁ ଦକ୍ଷିଣେଶ୍ୱର ଆସିଥିଲେ I

ଯୁବାବସ୍ଥାରେ ରାମକୃଷ୍ଣ ବେଦ-ବେଦାନ୍ତ ସହିତ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ଅଧ୍ୟୟନ କରିଥିଲେ। ତାଙ୍କର ଆଧ୍ୟାତ୍ମିକ ଅଭ୍ୟାସ, ଏବଂ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ସମସାମୟିକ ବୁଦ୍ଧିଜୀବିମାନେ ତାଙ୍କର ଅନୁଗାମୀ ଏବଂ ଶିଷ୍ୟ ହେବାକୁ ଲାଗିଲେ I ସେହି ସମୟରେ ବଙ୍ଗଳାରେ ଥିବା ମହାନ ସନ୍ଥ ନରେନ୍ଦ୍ର ନାଥ ଦତ୍ତ (ସ୍ୱାମୀ ବିବେକାନନ୍ଦ) ମଧ୍ୟ ତାଙ୍କ ସମ୍ପର୍କରେ ଆସିଥିଲେ । ରାମକୃଷ୍ଣ ପରମହଂସଙ୍କୁ ତାଙ୍କ ଶିଷ୍ୟମାନେ ଠାକୁର ବୋଲି ସମ୍ବୋଧନ କରୁଥିଲେ I

ଯେତେବେଳେ ସ୍ୱାମୀ ବିବେକାନନ୍ଦ ହିମାଳୟ ଯାଇ ଧ୍ୟାନ ,ତପ କରିବାକୁ ଚାହିଁଲେ ,ଗୁରୁ ରାମକୃଷ୍ଣ ତାଙ୍କୁ କହିଥିଲେ ଯେ ଆମ ଆଖପାଖର ଲୋକମାନେ ଅଜ୍ଞତାର ଅନ୍ଧକାରରେ ଭୋକ,ଓପାସ, ଦାରିଦ୍ର୍ୟତା ରେ କଷ୍ଠ ଭୋଗୁଥିବାବେଳେ ସେମାନଙ୍କୁ ଛାଡ଼ିଦେଇ ଆପଣ ଯାଇ ଏକାନ୍ତରେ ଖୁସି ଅନୁଭବ କରିପାରିବେ ? ହିମାଳୟ ଯିବା ତୁମ ଆତ୍ମା ପାଇଁ ଗ୍ରହଣୀୟ ହେବ କି ? ତାଙ୍କର ଏହି କଥା ଶୁଣି ସ୍ୱାମୀ ବିବେକାନନ୍ଦ ଲୋକଙ୍କ ସେବା ଉଦ୍ୟେଶରେ ନିଜକୁ ସମର୍ପଣ କରିଦେଇ ଥିଲେ I

ଜୀବନର ଶେଷ ଦିନରେ ରାମକୃଷ୍ଣ ପରମହଂସ ଗଳା କ୍ୟାନସରରେ ପୀଡିତ ଥିଲେ। ଡାକ୍ତରମାନେ ତାଙ୍କୁ ଗଳା କର୍କଟ ବିଷୟରେ କହିଥିଲେ। ସେ ନିଜ ଅସୁସ୍ଥତାକୁ ନେଇ ବିଚଳିତ ହୋଇନଥିଲେ ଏବଂ ସେହି ସମୟରେ ବି ସେ ସର୍ବଦା ପ୍ରସନ୍ନ ମୁଦ୍ରାରେ ରହି ଧ୍ୟାନ କରୁଥିଲେ I କିନ୍ତୁ ସେ କୌଣସି ଉନ୍ନତ ଚିକିତ୍ସା କରାଇବାକୁ ମନା କରିଦେଇଥିଲେ I ମାତ୍ର ଶିଷ୍ୟ ବିବେକାନନ୍ଦ ତାଙ୍କର ନିୟମିତ ଚିକିତ୍ସା କରୁଥିଲେ । ସେ ୧୮୮୬ ଅଗଷ୍ଟ ୧୬ ତାରିଖରେ ମାତ୍ର ୫୦ ବର୍ଷ ବୟସରେ ସମାଧିସ୍ଥ ଅବସ୍ଥାରେ ସେ ଶରୀର ତ୍ୟାଗ କରିଥିଲେ ଇ

ରମକୃଷ୍ଣ ପରମହଂସ ଛୋଟ ଛୋଟ କାହାଣୀ ର ଉଦାହରଣ ଦେଇ ଆତ୍ମଜ୍ଞାନ ବିଷୟରେ ବୁଝାଉଥିଲେ I ସେ ଆଧ୍ୟାତ୍ମିକ ମାର୍ଗରେ ଜାତିବାଦ ଏବଂ ଧାର୍ମିକ ପକ୍ଷପାତିତା ସପକ୍ଷରେ ନଥିଲେ I ତେଣୁ ସେ ପ୍ରତ୍ୟେକ ସମ୍ପ୍ରଦାୟଙ୍କ ନିକଟରେ ପ୍ରିୟ ହୋଇପାରିଥିଲେ I ତାଙ୍କର ଶିକ୍ଷାଗୁଡ଼ିକ ଥିଲା,ଜୀବନରେ ଅହଂକାରକୁ ତ୍ୟାଗ କଲେ ମନୁଷ୍ୟ ପ୍ରକୃତ ଆତ୍ମ-ଜ୍ଞାନ ଥିବା ପାଇପାରିବ I ରାମକୃଷ୍ଣ କହୁଥିଲେ ଯେ ଯଦି ଜଣେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ତାଙ୍କୁ ନିଜ ଭିତରେ ଥିବା ‘ମୁଁ’କାର କୁ ଛାଡିବାକୁ ପଡିବ I କାରଣ ‘ମୁଁ’ହେଉଛି ଅଜ୍ଞତାର ଅହଙ୍କାର ଯାହା ଆତ୍ମାକୁ ଆବରଣ ପରି ଲୁଚାଇ ରଖିଥାଏ I

Govt

Comments are closed.