ଫିଙ୍ଗରପ୍ରିଣ୍ଟ ଆଇଲାଣ୍ଡ

ଦୁନିଆରେ ହଜାର ହଜାର ଦ୍ୱୀପପୁଞ୍ଜ ରହିଛି, ଯାହା କୌଣସି ନା କୌଣସି କାରଣ ପାଇଁ ପ୍ରସିଦ୍ଧ । ଏହିପରି ଏକ ଦ୍ୱୀପ କ୍ରୋଏସିଆରେ ଅବସ୍ଥିତ, ଯାହା ଅନ୍ୟ ଦ୍ୱୀପଠାରୁ ଅତ୍ୟନ୍ତ ଅନନ୍ୟ । କାରଣ ଏହା ଆକାଶରୁ ଏକ ଆଙ୍ଗୁଠି ଛାପ ପରି ଦେଖାଯାଏ । ଆଡ୍ରିଏଟିକ୍‌ ସାଗରରେ ଥିବା ଏହି ଦ୍ୱୀପକୁ ବାଭଲଜେନାକ୍‌ ବା ବାଲଜେନିକ୍‌ ଦ୍ୱୀପ କୁହାଯାଏ ।

 ଫିଙ୍ଗରପ୍ରିଣ୍ଟ ଆଇଲାଣ୍ଡ ମାତ୍ର ୦.୧୪ ବର୍ଗ କିଲୋମିଟର ଅଞ୍ଚଳରେ ଏହା ପରିବ୍ୟାପ୍ତ । କୁହାଯାଏ ଯେ ଏହି ଦ୍ୱୀପ କେବଳ କୃଷି ପାଇଁ ବ୍ୟବହୃତ ହେଉଥିଲା । ସମଗ୍ର ଦ୍ୱୀପରେ ପଥର କାନ୍ଥ ନିର୍ମାଣ କରାଯାଇଛି । ତେଣୁ ଉପରୁ ଦେଖାଯିବାବେଳେ ଏହା ଏକ ଫିଙ୍ଗରପ୍ରିଣ୍ଟ ବା ଆଙ୍ଗୁଠି ଛାପ ପରି ଦେଖାଯାଏ । ଏହି ଆଇଲାଣ୍ଡରେ ଥିବା ପଥର କାନ୍ଥକୁ ଯଦି ମିଶ୍ରଣ କରାଯାଏ, ତେବେ ଏହା ପ୍ରାୟ ୨୩ କିଲୋମିଟର ଲମ୍ବା ହୋଇପାରେ ବୋଲି ଅନୁମାନ କରାଯାଉଛି ।

 ଫିଙ୍ଗରପ୍ରିଣ୍ଟ ଆଇଲାଣ୍ଡ
ଲୋକକଥା ଅନୁଯାୟୀ ଏହି ପଥର କାନ୍ଥଗୁଡିକ ୧୮୦୦ ମସିହାରେ ନିର୍ମାଣ କରାଯାଇଥିଲା । ଡ୍ରାଇ ଷ୍ଟୋନ୍‌ ୱାଲିଙ୍ଗ୍‌ କୌଶଳ ସହିତ ନିର୍ମିତଏହି କାନ୍ଥଗୁଡ଼ିକୁ ଅତି ସାବଧାନତାର ସହ ପରସ୍ପର ସହିତ ସଂଯୋଗ କରାଯାଇଛି । ୨୦୧୮ ରେ ଏହି ଦ୍ୱୀପକୁ ସୁରକ୍ଷିତ କରାଯାଇଛି । ଏହାକୁ ୟୁନେସ୍କୋ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ବର୍ତ୍ତମାନ ଅନେକ ଲୋକ ଏଠାକୁ ବୁଲିବାକୁ ଆସୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.