ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମା’ଲକ୍ଷ୍ମୀଙ୍କ ଏହି ନାମ ଜପ କରନ୍ତୁ, ମିଳିବ ସୁଫଳ

ସମୟ ଲାଇଭ୍‍,୧୪/୧୧: ଆଜି ମାଣବସା ଗୁରୁବାର। ମାର୍ଗଶୀର ମାସ ଗୁରୁବାରରେ ମାଣ ବସାଇ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଏ। ତେବେ ପ୍ରଥମାଷ୍ଟମୀ ପୂର୍ବରୁ ପଡ଼ୁଥିବା ଗୁରୁବାରରେ ମାଣ ବସାଯାଏ ନାହିଁ। ଏଣୁ ପ୍ରଥମାଷ୍ଟମୀ ପରବର୍ତ୍ତୀ ଗୁରୁବାରରେ ଘରେ ଘରେ ପୂଜା କରାଯାଏ। ଝୋଟି ପକାଇ ପିଠାପଣା ଭୋଗ କରଯାଇଥାଏ। ତେବେ ଜାଣନ୍ତୁ ମା’ଲକ୍ଷ୍ମୀଙ୍କ ୭ଟି ନାମ ଏହା ପଛରେ ଥିବା ପୌରାଣିକ ବିଶ୍ୱାସ।

ପ୍ରକୃତାୟୀ – ଏହି ନାମରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହାର ଅର୍ଥ ସୃଷ୍ଟି।
ଦକ୍ଷାୟନୀ – ମା’ ଲକ୍ଷ୍ମୀ ଦକ୍ଷଙ୍କ କନ୍ୟା ହୋଇଥିବାରୁ ଦେବୀଙ୍କୁ ଦକ୍ଷାୟନୀ କୁହାଯାଏ।
ନିତ୍ୟାନନ୍ଦା- ମା’ଙ୍କ ମୁଖମଣ୍ଡଳରେ ସର୍ବଦା ଆନନ୍ଦ ଦେଖାଯାଇଥାଏ। ସଂସାରରେ ଆନନ୍ଦର ବାତାବରଣ ପାଇଁ ମା’ଙ୍କୁ ଆରାଧନା କରାଯାଇଥାଏ। ଏଣୁ ଏପରି ନାମରେ ଭକ୍ତ ପୂଜା କରିଥାଏ।
ସତ୍ୟପ୍ରଥାୟୟିନୀ – ସତ୍ୟମାର୍ଗରେ ଚାଲୁଥିବା ବ୍ୟକ୍ତି ପ୍ରତି ମା’ଙ୍କ ଅପାର କରୁଣା ରହିଥାଏ ଏଣୁ ମା’ଙ୍କର ଏହି ନାମ ରହିଛି।

ଭୈରବୀ- ମା’ କୌଣସି ଅନ୍ୟାୟ ଅତ୍ୟାଚାର ଦେଖିଲେ ଭୟଙ୍କର ରୂପ ଧାରଣ କରିଥା’ନ୍ତି। ଅତ୍ୟାଚାରୀକୁ ଦଣ୍ଡ ଦେଇଥା’ନ୍ତି। ଏଣୁ ମା’ ଭୈରବୀ ନାମରେ ପୂଜା ପାଇଥା’ନ୍ତି।
ତିଳୋତ୍ତମା- ମା’ ଲକ୍ଷ୍ମୀଙ୍କ ମୁଖମଣ୍ଡଳର ଶୋଭା ହିଁ ମା’ଙ୍କୁ ଏହି ନାମରେ ପରିଚିତ କରାଇଛି।

କାମାକ୍ଷୀ- ମା’ ଯେଉଁ ବ୍ୟକ୍ତି ଉପରେ ଶୁଭ ଦୃଷ୍ଟି ପକାଇଥା’ନ୍ତି ସେ ଧନ, ସମ୍ମାନର ଅଧିକାରୀ ହେବା ସହ ତାହାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ ମା’ଙ୍କୁ କାମାକ୍ଷୀ କୁହାଯାଏ।

Launching Ceremony of “AYUSHMAN BHARAT

Comments are closed.