ବିଧାନସଭା ଶୀତକାଳିନ ଅଧିବେଶନ: ଆରମ୍ଭରୁ ଗୃହ ମୁଲତବୀ

ସମୟ ଲାଇଭ୍‍,୧୪/୧୧: ବିଧାନସଭାରେ ନୂଆ ସରକାରଙ୍କ ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ। ତେବେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହଲ୍ଲା କରିଛନ୍ତି। ତେବେ ଏଥିରେ ପ୍ରଶ୍ନକାଳ ବାତିଲ କରି ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି। ବିଧାନସଭାର ପ୍ରଥମ ଦିନରେ ମଧ୍ୟ ସମାନ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିବାରୁ ବାରମ୍ବାର ଗୃହ ମୁଲତବୀ ରଖାଯାଇଥିଲା। ତେବେ ଗତକାଲି ସ୍ୱର୍ଗତ ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ସେହିପରି ଅଧିବେଶନର ପ୍ରଥମଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହୋଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ରାଜ୍ୟସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।
ସୂଚନା ଥାଉ କି, ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ସେହିପରି ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ।

Comments are closed.