ବିମୁଦ୍ରାକରଣକୁ ଆଜି ପୁରିଲା ତିନି ବର୍ଷ

ସମୟ ଲାଇଭ,୮/୧୧: ଭାରତରେ ପ୍ରଚଳିତ ହେଉଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ୨୦୧୭ ମସିହା ନଭେମ୍ବର ୮ ତାରିଖ ଠିକ ଆଜରି ଦିନରେ ହିଁ ବନ୍ଦ ହୋଇଥିଲା। ଯାହା ଦେଶର ମୋଟ ଅର୍ଥନୀତିର ୮୬ ଭାଗ ଟଙ୍କା ମଜାରରୁ ଉଭେଇଯାଇଥିଲା। ଏହା ମୋଦି ସରକାରଙ୍କ ପ୍ରଥମ ପାଳିର ପ୍ରଥମ ବଡ ପଦକ୍ଷପ ଥିଲା। ଯାହା ବିମୁଦ୍ରୀକରଣ ନାମରେ ନାମିତ। ଏଭଳି ଏକ ପଦକ୍ଷପ ଦେଶରୁ ଦୁର୍ନୀତି ବନ୍ଦ ହେବା ସହ କଳାଧନ ଫେରିଆସିବ ବୋଲି ସରକାର କହିଥିଲେ। କିନ୍ତୁ ସରକାରଙ୍କ ଏଭଳି ପଦକ୍ଷପ ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦେଶର ବହୁ ବଡ ବଡ ବିଶିଷ୍ଟ ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିମୁଦ୍ରୀକରଣ ପ୍ରସଙ୍ଗରେ ଲୋକାଲସର୍କଲସ ନାମକ ଏକ ସଂସ୍ଥା ପକ୍ଷରୁ ଏବେ ଏକ ସର୍ଭେ କରାଯାଇଥିଲା। ଏଥିରେ ୬୬ ପ୍ରତିଶତ ଲୋକ ମତ ଦେଇଛନ୍ତି ଅର୍ଥନୀତି ଉପରେ ବିମୁଦ୍ରୀକରଣର ନକାରାତ୍ମକ ପ୍ରଭାବ ପଡ଼ିଛି। ଏପରିକି ଏହି ପଦକ୍ଷେପ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ୩୩ ପ୍ରତିଶତ ଲୋକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ସର୍ଭେରେ ଭାଗ ନେଇଥିବା ୨୮ ପ୍ରତିଶତ ଲୋକେ ବିମୁଦ୍ରୀକରଣର କୌଣସି ନକାରାତ୍ମକ ପ୍ରଭାବ ନଥିବା କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.