ଇମ୍ରାନ୍‌ ଖାଁଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବା ଦାବିରେ ପାକିସ୍ତାନରେ ବିଶାଳ ରାଲି

ଇସ୍‌ଲାମାବାଦ: ଏପ୍ରିଲ ୧୧: ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବା ଦାବିରେ ଆଜି ପାକିସ୍ତାନରେ ବିଶାଳ ରାଲିର ସମାଗମ ହୋଇଛି । ଗତକାଲିଠାରୁ ‘ପାକିସ୍ତାନ ତେହରୀକ୍‌-ଏ-ଇନସାଫ୍‌’ (ପିଟିଆଇ) ଦଳର ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ ରାଲି କରିଛନ୍ତି ।

ଇମ୍ରାନ୍‌ ଖାଁଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବା ଦାବିରେ ପାକିସ୍ତାନରେ ବିଶାଳ ରାଲି

ଇସ୍‌ଲାମାବାଦ, କରାଚୀ, ପେଶୱାର୍‌, ମଲକନ୍ଦ, ମୁଲ୍‌ତାନ ଖାନେୱାଲ୍‌, ଖାଇବର୍‌, ଝଙ୍ଗ ଏବଂ କେ୍ୱଟ୍ଟା ଆଦି ନଗରୀରେ ବିଶେଷ କରି ରାଲି ଦେଖାଯାଇଛି ।

ଇମ୍ରାନ୍‌ ଖାଁଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବା ଦାବିରେ ପାକିସ୍ତାନରେ ବିଶାଳ ରାଲି
ଏହି ପ୍ରତିବାଦ ରାଲି ପାଇଁ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନପୂର୍ବକ ଆଜି ‘ପାକିସ୍ତାନ ତେହରୀକ୍‌-ଏ-ଇନସାଫ୍‌’ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାଁ ଏକ ଟୁଇଟ୍‌ କରିଛନ୍ତି । ସେଥିରେ ସେ କହିଛନ୍ତି, ଅପରାଧୀମାନଙ୍କ ନେତୃତ୍ୱାଧୀନ ବିଦେଶରୁ ଆମଦାନି ହୋଇଥିବା ସରକାରକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସ୍ୱତଃସ୍ପୃତ ଭାବେ ଏଭଳି ଓ ଏତେ ସଂଖ୍ୟାରେ ଜନସମାଗମ ଆମ ଇତିହାସରେ ନ ଥିଲା । ସ୍ଥାନୀୟ ବିଶ୍ୱାସଘାତକମାନଙ୍କ ସହଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବିରୋଧରେ ସେ୍ୱଚ୍ଛାକୃତ ଓ ଭାବାବେଗପୂର୍ଣ୍ଣ ଅଭୂତପୂର୍ବ ପ୍ରତିବାଦ ପାଇଁ ସମସ୍ତ ପାକିସ୍ତାନୀଙ୍କୁ ଧନ୍ୟବାଦ ଜଣାଉଛି ।

Launching Ceremony of “AYUSHMAN BHARAT

Comments are closed.