ଆଜିକାଲି ବଜାରରେ ଏଭଳି କେ„ଇ ମିଳୁଛି ଯାହା ବିଭିନ୍ନ ଉପକରଣ କାରଣରୁ ବିଭିନ୍ନ ପ୍ରକାରର ଭାବଭଙ୍ଗୀ ଦେଖାଉଛି । ହେଲେ ସ୍କଟ୍ଲାଣ୍ଡର ଜଣେ ବ୍ୟକ୍ତି ଏକ ଅଜବ ଦାବି କରିଛନ୍ତି । ତାଙ୍କ ପାଖରେ ଥିବା ଏକ କେ„ଇ କୌଣସି ଯନ୍ତ୍ର ବ୍ୟବହାର ନକରି ମଧ୍ୟ ନିଜ ପାଟି ଖୋଲୁଥିବା ସହ ବନ୍ଦ ମଧ୍ୟ କରୁଛି । ଭୟାନକ ଦେଖାଯାଇଥିବା ଏହି କେ„ଇଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ୪ ବର୍ଷ ତଳେ ୟୁଏସ୍ରୁ ବ୍ୟକ୍ତି ଜଣଙ୍କ ଏହି କେ„ଇଟିକୁ କିଣିଥିଲେ ।
ତେବେ କେ„ଇଟିର ଏହି ପାଟି ଖୋଲିବା ଏବଂ ବନ୍ଦ ପଛରେ କେ„ଇର ଭାବନା ଲୁଚି ରହୁଛି ବୋଲି ବ୍ୟକ୍ତି ଜଣଙ୍କ ସୂଚନା ଦେଇଛନ୍ତି । କେ„ଇଟି କୌଣସି କାରଣ ପାଇଁ ଦୁଃଖୀ ଥିଲେ ପାଟି ଖୋଲୁଥିବା ବେଳେ ଖୁସିହେଲେ ପାଟି ବନ୍ଦ କରିଦେଉଛି । କେ„ଇଟିକୁ ଆଣିବା ପରେ ଏହାକୁ ଏକ ଶୋ କେସ୍ରେ ରଖାଯାଇଥିଲା । ସେ ଏଥିରେ ପାଟି ଖୋଲାରଖିଥିଲା ହେଲେ ତାକୁ ଯେତେବେଳେ ସୋ କେଶ୍ରୁ ବାହାରକୁ ନିଆଗଲା, ସେହି ସମୟରେ ସେ ପାଟି ବନ୍ଦ କରିଦେଇଥିଲେ ବୋଲି ବ୍ୟକ୍ତି ଜଣଙ୍କ ପ୍ରକାଶ କରିଛନ୍ତି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଘଟଣାର ସତ୍ୟତା ନେଇ କୌଣସି ତଥ୍ୟ ମିଳିନାହିଁ ।
Comments are closed.