ପ୍ରତି କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ କମ୍ପାନୀ କିଛି ନା କିଛି ନିଜସ୍ୱ ନୀତି ଆପଣାଇଥାଏ । କିଛି କମ୍ପାନୀ ଦରମା ସହ ବୋନସ୍, ଛୁଟିର ଅଫର୍ କିମ୍ବା ଫୁଡ୍ ଓ ମାର୍କେଟିଂ କୁପନ ଦେଉଥିବା ବେଳେ କେତେକ କମ୍ପାନୀ ନିଜ କର୍ମ‘ାରୀଙ୍କ ବିବାହ ଦାୟିତ୍ୱ ମଧ୍ୟ ତୁଲାଇଥାଏ । ହେଲେ ଆଜିକାଲି ଇଂଲଣ୍ଡର ଏକ କମ୍ପାନୀ ତାର ନିଆରା ପଲିସି ପାଇଁ ଶିରୋନାମାରେ ରହିଛି । ସୂଚନା ଅନୁଯାୟୀ ସେହି କମ୍ପାନୀ ତାର କର୍ମଚାରୀଙ୍କୁ ଦରମାରେ ଅର୍ଥରାଶି ଦେବା ବଦଳରେ ସୁନା ଦେଉଛି । ତେବେ ଏହି କମ୍ପାନୀର ନାମ ହେଉଛି ‘ଟେଲିମନି’ । ତେବେ କମ୍ପାନୀର ଏହି ଭିନ୍ନ ନୀତି ପଛରେ ସିଇଓ କ୍ୟାମେରନ ପ୍ୟାରୀଙ୍କର ଭିନ୍ନ ଚିନ୍ତାଧାରା ରହିଛି ।

ତାଙ୍କ କହିବା ଅନୁଯାୟୀ କର୍ମଚାରୀଙ୍କ ଭବିଷ୍ୟକୁ ଦୃଷ୍ଟିରେ ରଖି ଅର୍ଥ ବଦଳରେ ସୁନା ଅଫର୍ ବିକଳ୍ପକୁ ବାଛିଛନ୍ତି । ତେବେ ଏହି ଚିନ୍ତାଧାରା ପାଇଁ ସୋସିଆଲ ମିଡିଆରେ କ୍ୟାମେରନଙ୍କୁ ବେଶ୍ ପ୍ରଶଂସା କରାଯାଉଛି । ଲଣ୍ଡନର ଏକ ରିପୋର୍ଟ ଅନୁଯାୟୀ ଇଂଲଣ୍ଡର ଟେଲିମନି କମ୍ପାନୀ ଆର୍ଥିକ ସେବା ଯୋଗାଏ । କର୍ମ‘ାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ଧ୍ୟାନରେ ରଖି ସେ ସେମାନଙ୍କୁ ଦରମା ବଦଳରେ ସୁନା ନେବାକୁ ଅଫର୍ କରୁଛି । ବର୍ତ୍ତମାନ କମ୍ପାନୀର ବରିଷ୍ଠ ପଦବୀରେ ଉପସ୍ଥିତ ଥିବା ୨୦ ଜଣଙ୍କୁ ଏହି ନୀତିର ସୁବିଧା ଦିଆଯାଇଛି । ଯଦି ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ସୁବିଧା ଦେଖାଯାଏ, ତେବେ କମ୍ପାନୀ ଆଗକୁ ବାକି ଲୋକଙ୍କ ପାଇଁ ସମାନ ନୀତି ଆପଣାଇବ ।

ତଥାପି ଏହି ନୂତନ ବେତନ ନୀତି ଏବେ ବି ଟ୍ରାଏଲରେ ରହିଛି । କର୍ମାନୀର ସିଇନ କ୍ୟାମେରନ କହିଛନ୍ତି ଯେ କରୋନା କାରଣରୁ ଅବସ୍ଥା ଆହୁରି ଖରାପ ହୋଇଛି । ଏଭଳି ପରିସ୍ଥିତିରେ କର୍ମ‘ାରୀଙ୍କୁ ପାଉଣ୍ଡରେ ଦରମା ଦେବାରେ କୌଣସି ଲାଭ ନାହିଁ କାରଣ ଏହାର ମୂଲ୍ୟ ହ୍ରାସ ପାଉଛି । ସେ ଆହୁରି କହିଛନ୍ତି ଯେ ପାଉଣ୍ଡର ମୂଲ୍ୟ ହ୍ରାସ ପରେ ମଧ୍ୟ ଯଦି ସୁନାରେ ନିବେଶ କରାଯାଏ, ତେବେ ଏହା କର୍ମ‘ାରୀଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବ । ତେଣୁ ଏହାକୁ ଦେଖି ସୁନା ପଲିସି ଲଞ୍ଚ୍ କରାଯାଇଛି । ତେବେ ଟେଲିମନିର ଏହି ନୂଆ ନୀତିର ‘ର୍ଚ୍ଚା ସୋସିଆଲ ମିଡିଆରେ ଖୁବ ହେଉଛି । ଲୋକମାନେ କମ୍ପାନୀର ପ୍ରଶଂସା କରୁଛନ୍ତି ।

Comments are closed.