ରାଜ୍ୟରେ ନାହିଁ ବନ୍ୟା ସ୍ଥିତି – ଜଳସମ୍ପଦ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଉପୁଜି ନାହିଁ ବନ୍ୟା ସ୍ଥିତି । ଜଳସ୍ତର ବିପଦ ସଂକେତର ଯଥେଷ୍ଟ ତଳେ ଅଛି । ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ମଧ୍ଯ ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ସୁନ୍ଦରଗଡ଼, ଛତିଶଗଡ଼ ଛଡ଼ା କେଉଁଠି ବର୍ଷା ନଥିବା ଯନ୍ତ୍ରୀ କହିଛନ୍ତି ।

ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଆଇଏମଡିର ସୂଚନାନୁସାରେ ରାଜ୍ୟରେ ଏକ ସପ୍ତାହ ଧରି ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ । ହୀରାକୁଦରେ ଜଳସ୍ତର ବଢୁଛି କିନ୍ତୁ ବିପଦ ନାହିଁ I ୬୩୦ ଫୁଟ ହୀରାକୁଦ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ସ୍ୱାଭାବିକ ପ୍ରକ୍ରିୟାରେ ଏସଓପି ଅନୁସାରେ, ହୀରାକୁଦର ୬ ଗେଟ ଖୋଲା ହେବ। ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ରବିବାର ଅର୍ଥାତ ଜୁଲାଇ ୬ ତାରିଖ ସକାଳ ୧୦ଟାରେ ଖୋଲିବ ହୀରାକୁଦ ଗେଟ୍ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡା ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା।

ଅନ୍ୟପଟେ,ଝାଡଖଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକାରେ ବନ୍ୟା ଆସିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାରେ ବନ୍ୟା ଆସିବା ସହ ବାଲେଶ୍ବର ଅଧିକ ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ବର୍ଷା କମିଥିବାରୁ ନଦୀରେ ଜଳସ୍ତର କମିଛି କିନ୍ତୁ ବନ୍ୟା ଦୁର୍ଦ୍ଦଶା ଲାଗି ରହିଛି।

Govt

Comments are closed.