ମହାନଦୀକୁ ଡେଇଁ ଯୁବକ ନିଖୋଜ

ଭୁବନେଶ୍ୱର : କଟକ ଯୋବ୍ରା କେନାଲରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ । ଅନ -ଲାଇନ ଟ୍ରେଡିଂରେ କ୍ଷତି ସହିବାରୁ ମାନସିକ ଭାରସାମ୍ୟ ହରାଇ ମହାନଦୀକୁ ଡେଇଁଥିବା ସୂଚନା ମିଳିଛି । ଯୁବକଙ୍କ ନାଁ ମୃତ୍ୟୁଞ୍ଜୟ ମାଣିକ । ତାଙ୍କ ଘର ଭବନେଶ୍ୱର ଭିଏଏସଏସ ନଗର ବୋଲି ଜଣାପଡିଛି । ଗତକାଲି ଅପରାହ୍ନ ୪ ସମୟରେ ଯୋବ୍ରା ବ୍ୟାରେଜ୍ ୭୪ନମ୍ବର ଗେଟ୍ ଉପରୁ ଡେଇଁଛନ୍ତି ମୃତ୍ୟୁଞ୍ଜୟ । ଅନ ଲାଇନ ଟ୍ରେଡିଂରେ ସେ ୧୦ ଲକ୍ଷ ଟଙ୍କାର କ୍ଷତି ସହିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

Govt

Comments are closed.