ମହିଳାଙ୍କୁ ଗଳାକାଟି ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ କଲା ଯୁବକ

ଆଠଗଡ଼: ମହିଳାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ। ହତ୍ୟାକାରୀ ଯୁବକ ଜଣକ କାର୍ତ୍ତିକ ସେଠୀ । ମୃତ ବିଧବା ମହିଳାଙ୍କ ନାଁ କଳ୍ପନା ଦାସ । ଅଭିଯୁକ୍ତ ଯୁବକ ୧୦ ବର୍ଷ ବୟସ ବେଳୁ କଳ୍ପନା ଦାସଙ୍କ ଘରେ ରହି କାମ କରୁଥିଲା । ଗତ ବିଳମ୍ବିତ ରାତିରେ ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ତିଗିରିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ,କାର୍ତ୍ତିକ ସେଠୀ ଜଣେ ଭିନ୍ନକ୍ଷମ । ତାଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ ସେ କଳ୍ପନା ଦାସଙ୍କ ଘରେ ରହି କାମ କରୁଛନ୍ତି । ତେବେ ଅନେକ ସମୟରେ କଳ୍ପନାଙ୍କ ସହ କାର୍ତ୍ତିକଙ୍କର କଳିଗୋଳ ଲାଗିରହୁଥିଲା । ସମ୍ପତ୍ତି ଲୋଭରେ ସେ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଗତକାଲି ମଧ୍ୟ ଏହି ଘଟଣାକୁ କଳ୍ପନାଙ୍କ ସହିତ କାର୍ତ୍ତିକଙ୍କର ଝଗଡା ହେବା ପରେ ସେ ତାଙ୍କୁ ହତ୍ୟା କରି ତିଗିରିଆ ଥାନାରେ ଆତ୍ମସମର୍ପଣ କରିଛି ।

Govt

Comments are closed.