ୱିମ୍ବଲଡନ ପୁରସ୍କାର ରାଶି ୪୦.୩ ମିଲିୟନ ପାଉଣ୍ଡକୁ ବଢ଼ିଲା

ନୂଆଦିଲ୍ଲୀ : ୱିମ୍ବଲଡନ୍‌ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ବଢ଼ିଛି । ଏଥର ୪୦.୩ ମିଲିୟନ ପାଉଣ୍ଡ ବା ୫୦.୫ ମିଲିୟନ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ୱିମ୍ବଲଡନ ଆୟୋଜନ କର୍ତ୍ତା ସୂଚନା ଦେଇଛନ୍ତି । ଏଥର ପୂର୍ଣ୍ଣ ସଂଖ୍ୟକ ଦର୍ଶକ ୱିମ୍ବଲଡନ୍‌ ଦେଖିବାର ସୁଯୋଗ ପାଇବେ । ବିଗତ ୩ ବର୍ଷ ହେବ କରୋନା ସଂକ୍ରମଣ ପାଇଁ ୱିମ୍ବଲଡନ ସ୍ଥଗିତ ତଥା ଦର୍ଶକଙ୍କୁ ଦେଖିବାର ଅନୁମତି ନଥିଲା । ଗ୍ରାସକୋର୍ଟ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରୁ ଏଥର ର୍ୟାଙ୍କିଙ୍ଗ୍‌ ପଏଣ୍ଟକୁ ହଟାଇ ଦିଆଯାଇଛି ।

ପୁରୁଷ ଓ ମହିଳା ସିଙ୍ଗଲ୍ସ ବିଜେତା ୨ ମିଲିୟନ ପାଉଣ୍ଡ ପୁରସ୍କାର ପାଇବେ । ଆଗାମୀ ୨୭ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ୱିମ୍ବଲଡନ ଆୟୋଜିତ ହେବ ।

Govt

Comments are closed.